ସବୁଠୁ ସୁନ୍ଦର ମା’ ପ୍ରିୟଦର୍ଶିନୀ

ସମ୍ବଲପୁର : ସମ୍ବଲପୁର ଝିଅ ତଥା ବୋହୂ ପ୍ରିୟଦର୍ଶିନୀ ପଣ୍ଡା ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ସେ ସିଙ୍ଗାପୁରରେ ଅନୁଷ୍ଠିତ ମିସେସ୍ ଇଣ୍ଟରନେସନାଲ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମିସେସ୍ ଇଣ୍ଡିଆ ଇଣ୍ଟରନେସନାଲ ମୁକୁଟ ବିଜୟିନୀ ହୋଇଛନ୍ତି। ଏହାଛଡ଼ା ‌ସେ ‘ମୋଷ୍ଟ ବିଉଟିଫୁଲ୍ ମମ୍ ଇଣ୍ଟରନେସନାଲ୍ ୨୦୧୮’ ଓ ‘ରୟାଲ ବିଉଟି ଇଣ୍ଟନେସନାଲ୍ ୨୦୧୮’ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଶୁକ୍ରବାର ସିଙ୍ଗାପୁରର ଓର୍ଚିଡ୍ କଣ୍ଟ୍ରି କ୍ଲବ୍‌ରେ ଅନୁଷ୍ଠିତ ଚୂଡ଼ାନ୍ତ ରାଉଣ୍ଡରେ ବିଭିନ୍ନ ଦେଶର ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରିୟଦର୍ଶିନୀ ମୁଖ୍ୟ ମୁକୁଟ ସହ ତିନିଟି ଟାଇଟଲ୍ ଜିତିଛନ୍ତି।

ଟିକେଏସ୍‌ ଇଣ୍ଟରନେସନାଲ୍ ଆନୁକୂଲ୍ୟରେ ଗତ ମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ମାଲେସିଆର ଜୋହର ଓ ଇଣ୍ଡୋନେସିଆର ବତାମ ଭ୍ରମଣରେ ନିଆଯିବା ସହ ପରସ୍ପର ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ସହ ଅନେକ ପ୍ରକାର କାର୍ଯ୍ୟକ୍ରମରେ ସାମିଲ କରା ଯାଇଥିଲା। ପ୍ରତିଯୋଗିତା ବିଜୟ ପରେ ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ ପ୍ରିୟଦର୍ଶିନୀ କହିଛନ୍ତି ଯେ ସେ ନିଜ ଦେଶ ପାଇଁ ଏହି ଗୌରବ ଅର୍ଜନ କରିପାରି ଥିବାରୁ ଅତିଶୟ ଆନନ୍ଦିତ ଓ ଗର୍ବିତ। ମାଆ ସମଲେଶ୍ବରୀଙ୍କ ଆଶୀର୍ବାଦ, ସମ୍ବଲପୁର ତଥା ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଓ ଭଲ ପାଇବା ବଳରେ ଏହି ସଫଳତା ମିଳିଛି। ପରିବାରର ସମର୍ଥନ ଓ ସହଯୋଗ ବଳରେ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରିୟଦର୍ଶିନୀ କହିଥିଲେ। ଉଲ୍ଲେଖଯୋଗ୍ୟ ଗତ ମେ’ ମାସ ୨୯ ତାରିଖେ ଦିଲ୍ଲୀରେ ଅନୁଷ୍ଠିତ ରୟାଲ୍ ଇଣ୍ଡିଆ ଇଣ୍ଟରନେସନାଲ୍ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ପ୍ରିୟଦର୍ଶିନୀ ମିସେସ୍ ଏସିଆ ପ୍ୟାସିଫିକ୍ ମୁକୁଟ ଜିତିଥିଲେ। ଏହାପରେ ସମ୍ବଲପୁର ଫେରୁଥିବାବେଳେ ବାଟରେ ରାୟପୁର ନିକଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଉକ୍ତ ଦୁର୍ଘଟଣାକୁ ପଛରେ ପକାଇ କମ୍ ସମୟ ମଧ୍ୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରି ସଫଳତା ପାଇ ସବୁ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସ˚କ୍ଷେପରେ ପ୍ରିୟଦର୍ଶିନୀ

ସମ୍ବଲପୁର ଶାନ୍ତିନଗରର ବିଜୟ ଚନ୍ଦ୍ର ପଣ୍ତା ଏବ˚ ରତ୍ନମଣି ପଣ୍ତାଙ୍କ ଝିଅ ପ୍ରିୟଦର୍ଶିନୀ ମଦନାବତୀ ପବ୍ଲିକ ସ୍କୁଲରୁ ଦଶମ ଓ ଗୁରୁ ନାନକ ପବ୍ଲିକ ସ୍କୁଲରୁ +୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ଜିଏମ୍‌ କଲେଜରୁ ପ୍ରାଣୀବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରି ଲାଭ କରିଥିଲେ। ଭୁବନେଶ୍ବରସ୍ଥିତ ଏନ୍‌ଆଇଆଇଟିରୁ ସଫ୍‌ଟେଵର ଇ˚ଜିନିୟରି˚ କରିଥିଲେ। ୨୦୧୧ ଡିସେମ୍ବରରେ ସେ ସମ୍ବଲପୁର ଗୋପାଲମାଲ ନିବାସୀ ମହେଶ୍ବର ପ୍ରସାଦ ମିଶ୍ର ଏବ˚ ରେଖା ଉଦ୍‌ଗାତାଙ୍କ ପୁଅ ଋତୁରାଜ ମିଶ୍ରଙ୍କୁ ବିବାହ କରିଥିଲେ। ଋତୁରାଜ ସାମସ˚ଗ ଇଣ୍ତିଆର ପ୍ରୋଜେକ୍ଟ ମ୍ୟାନେଜରଭାବେ ମଧୢପ୍ରଦେଶର ଇନ୍ଦୋରରେ କାର୍ଯ୍ୟରତ। ସେମାନଙ୍କର ଅଦ୍‌ବେଦ (୫ ବର୍ଷ) ଏବ˚ ଅଦ୍‌ନିସ (୨ ବର୍ଷ) ନାମରେ ଦୁଇ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର