ଭୁବନେଶ୍ୱରରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ , ଆସନ୍ତାକାଲି ଓଡିଶା କଂଗ୍ରେସ ନିର୍ବାଚନ ଇସ୍ତାହାର ପ୍ରକାଶ କରିପାରେ

ଭୁବନେଶ୍ୱର: ଆଜି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାର ଟଙ୍କାର ଗ୍ୟାରେଂଟି ଦେବା ସହ ଋଣ ନ ଶୁଝିଲେ ଚାଷୀଙ୍କୁ ଯିବାକୁ ପଡିବନି ଜେଲ ଓ ୨୨ଲକ୍ଷ ସରକାରୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ।

ଆସନ୍ତାକାଲି ଓଡିଶା କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରେ । ଏଥିପାଇଁ ଛତିଶଗଡ ଢ଼ାଞ୍ଚାରେ ଲୋକଙ୍କ ମତାମତ ଲୋଡାଯାଇଥିଲା । କ୍ଷମତାକୁ ଆସିଲେ କଂଗ୍ରେସ କୃଷକଙ୍କ ଋଣଛାଡ କରିବ ବୋଲି ସୂଚନା ଦେଇଥିଲେ ପିସିସି ସଭାପତି । କଂଗ୍ରେସ ଘୋଷଣା ପତ୍ରରେ ଏହାକୁ ପ୍ରାଥମିକତା ଦେଇପାରେ ।

ସମ୍ବନ୍ଧିତ ଖବର