ଆରମ୍ଭରୁ ହଙ୍ଗାମା, ବିଜେପି ଚୁପ୍, କଂଗ୍ରେସର ବିରୋଧୀ ଭୂମିକା

ବିରୋଧୀଦଳ ନେତା ପ୍ରସଙ୍ଗରୁ ହଟ୍ଟଗୋଳ, କକ୍ଷତ୍ୟାଗ କଲା କଂଗ୍ରେସ, ପ୍ରଭାବ ପଡ଼ିଲାନି

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା, ତାହା ହିଁ ଘଟିଲା। ବିଧାନସଭାରେ ବିେରାଧୀ ଦଳ (ବିଜେପି) ଉଁ କି ଚୁଁ କରିନାହାନ୍ତି। ଆରମ୍ଭରୁ କଂଗ୍ରେସ ବିଧାୟକ ସଂଖ୍ୟାରେ କମ୍‌ ଥିଲେ ବି ଗୃହରେ ଆଜି ହଙ୍ଗାମା କରିଥିଲେ। ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ବିରୋଧୀ ଦଳ େନତା ମାନ୍ୟତା ନେଇ ନବଗ୍ରହ (କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ ଦୃଷ୍ଟିରୁ ସେମାନେ ନିଜକୁ ନବଗ୍ରହ େବାଲି କହିଥିଲେ) େଘରିଯାଇଥିଲେ ବାଚସ୍ପତିଙ୍କୁ। ଏମିତି େଯ ପ୍ରଥମ ଦିନରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର-ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମଧ୍ୟରେ କଥା କଟାକଟି େହାଇଥିଲା। କେବଳ ସେତିକି ନୁେହଁ, ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିବା ବେଳେ ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିେଜଡିର ସମର୍ଥନ ପ୍ରସଙ୍ଗକୁ ଲକ୍ଷ୍ୟ କରି କଂଗ୍ରେସ ବିଧାୟକମାନେ େସ୍ଲାଗାନ େଦଇ କମ୍ପାଇ ଥିଲେ। ବିଜେଡି-ବିଜେପି ଭାଇ ଭାଇ। ବିଜେଡି-ବିଜେପି ମେଣ୍ଟ ସରକାର। ଲଜ୍ଜା…ଲଜ୍ଜା…ଲଜ୍ଜା। ଛି… ଛି….। କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କିନ୍ତୁ ଗୃହ କାର୍ଯ୍ୟକୁ ଅଟକାଇ ପାରିନଥିଲା। େଶଷରେ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ଏମିତି ଏକ ସରଗରମ ପରିସ୍ଥିତି
ଭିତରେ େଷାଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନ େଶଷ େହାଇଛି। ଗୃହ ଭିତରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିବା ବିେଜପି େନତାମାନେ ବାହାରେ କିନ୍ତୁ ନିଜ ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ଓ ବିେଜଡି ବି। ଗତକାଲି ବିେଜପି େଘାଷଣା କରିଥିଲା େଯ ପ୍ରଦୀପ୍ତ କୁମାର ନାୟକ ବିେରାଧୀ ଦଳ େନତା ହେବେ। ଆଉ ଆଜି ଶ୍ରୀ ନାୟକ ବିେରାଧୀ ଦଳ େନତାଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ େଶାକପ୍ରସ୍ତାବ ଆଗତ େହାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିେରାଧୀ ଦଳ େନତା ଭାବେ ପ୍ରଦୀପ୍ତ କୁମାର ନାୟକଙ୍କୁ ସମ୍ବୋଧିତ କରିଥିଲେ। ହେଲେ େଶାକପ୍ରସ୍ତାବ ପାରିତ େହବା ପରେ ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ କଂଗ୍ରେସ ଟାର୍ଗେଟ କରିଥିଲା ବାଚସ୍ପତିଙ୍କୁ।
କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଜେଡି-ବିଜେପି ଭାଇ ଭାଇ। ବିଜେପି କେମିତି ବିେରାଧୀଦଳ ନେତା ମାନ୍ୟତା ପାଇବ? କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ତାରାଙ୍କ ସହିତ ପାଳି େଦଇ କହିଥିଲେ, ବାଚସ୍ପତି କେମିତି ବିେରାଧୀ ଦଳ େନତା ବୋଲି ପ୍ରଦୀପ୍ତ କୁମାର ନାୟକଙ୍କୁ ସମ୍ବୋଧିତ କଲେ? ଗୃହରେ ଏଯାଏ ବିଧିବଦ୍ଧ େଘାଷଣା େହାଇନାହିଁ। ଏଥିସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଚାଲି ଆସି ନାରାବାଜି କରିଥିଲେ। ‘ସିବିଆଇକୁ ଡରିଲା କିଏ, ନବୀନ ପଟ୍ଟନାୟକ ଆଉ କିଏ, ଖଣି ପାଇଁ ସିବିଆଇ ଡର’, ଏମିତି େସ୍ଲାଗାନ େଦଇଥିଲେ କଂଗ୍ରେସ ବିଧାୟକ।

ସେପଟେ କିନ୍ତୁ ବାଚସ୍ପତିଙ୍କ ନିେର୍ଦଶକ୍ରମେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆେଲାଚନା ଜାରି ରଖିିଥିଲେ। ହଠାତ୍ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ବୈଧାନିକ ପ୍ରଶ୍ନ ଉତ୍ଥାପନ କରି କହିଥିଲେ, ବିଧାନସଭାକୁ ସ୍ବାଭାବିକ ନ କରି ବାଚସ୍ପତି ଧନ୍ୟବାଦ ପ୍ରସ୍ତାବ ଉପରେ ଆେଲାଚନା କରୁଛନ୍ତି େକମିତି? ବାଚସ୍ପତି କହିଥିଲେ, ଏହା ତୁମର ଦାୟିତ୍ବ। କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରୁଛନ୍ତି। ଏହାକୁ ନେଇ କଥା କଟାକଟି ଆରମ୍ଭ େହାଇଥିଲା। ଶ୍ରୀ ମିଶ୍ର କହିଥିଲେ, ଗୃହର ପରମ୍ପରା ଅନୁସାରେ, ଏଭଳି ଅସ୍ବାଭାବିକ ପରିସ୍ଥିତି ଥିଲେ, ମୁଲତବୀ କରାଯାଏ। ବାଚସ୍ପତି ବିେରାଧୀ ଦଳକୁ ବିଶ୍ବାସକୁ ନେଇ ଆେଲାଚନା କରିଥାନ୍ତି। ସମାଧାନର ରାସ୍ତା କଢ଼ାଯାଇଥାଏ। ଗୃହରେ ସ୍ବାଭାବିକ ପରିସ୍ଥିତି େଫରାଇବା ତାଙ୍କର କେମିତି ଦାୟିତ୍ବ େବାଲି ସେ ବାଚସ୍ପତିଙ୍କୁ ପାଲଟା ପ୍ରଶ୍ନ ପଚାରିଥିଲେ। ଶ୍ରୀ ମିଶ୍ର କହିଥିଲେ, ବାଚସ୍ପତି ବିେରାଧୀ ଦଳ େନତା କିଏ େଘାଷଣା ନ କରି କେମିତି ସମ୍ବୋଧନ କଲେ? ଏ ସଂପର୍କରେ ଚାମ୍ବରରେ ଆେଲାଚନା କରିବି ବୋଲି କହି ବାଚସ୍ପତି ଏହାକୁ ଟାଳି ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ, ବିେରାଧୀ ଦଳକୁ ବିଶ୍ବାସକୁ ନ େନଇ ଗୃହ ଚଳାଇବାକୁ ଚାହୁଁଛନ୍ତି କି? ଗୃହ ଚଳାଇ ଦିଆଯିବ ନାହିଁ। ତେବେ ଏହାର କୌଣସି ପ୍ରଭାବ ବାଚସ୍ପତିଙ୍କ ଉପରେ ପଡ଼ିନଥିଲା। କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଜାରି ରଖିଥିଲେ ଓ ସରକାରୀ ଦଳ ମୁଖ୍ୟ ସଚେତକ ତାଙ୍କ ଆେଲାଚନା ବି। ପରେ ୧୨ଟା ୦୯ରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରି ଚାଲିଯାଇଥିଲେ।

ଏହି ପ୍ରସଙ୍ଗକୁ ନେଇ ବିଧାନସଭା ବାହାରେ ବି କଥା କଟାକଟି େହାଇଥିଲା। ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ବିଜେପି ପାଖରେ ବିରୋଧୀ ଦଳ କହିବାର କୌଣସି ଅଧିକାର ନାହିଁ। ସାରା ଭାରତ ବର୍ଷରେ ବିଜେପି-ବିଜେଡି ଇତିହାସ ସୃଷ୍ଟି କରିଛନ୍ତି। ଉଭୟ ଦଳ ମଧ୍ୟରେ ଭିତିରିଆ ବୁଝାମଣା ରହିଛି । ମିଳିତ ଭାବେ କାର୍ଯ୍ୟ କରୁଥିବା ନେଇ ଉଭୟ ଦଳ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ହେଁ ବିଜେଡି ସମର୍ଥନରେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଛି । ସରକାରୀ ଦଳ ପାଖରେ ସଂଖା ଥାଇ ବିଜେପିକୁ ଗୋଟିଏ ଲୋକସଭା ଆସନ ବିଜେଡି ଦାନ କରିଛି। ଏଥିରୁ ସ୍ପଷ୍ଟ ଅନୁମେୟ ବିଜେପି ଗୃହରେ ପ୍ରକୃତ ବିରୋଧୀ ଦଳ ନୁହେଁ। ବିଜେପି ବର୍ତ୍ତମାନ ସରକାରୀ ଦଳର।

ଶ୍ରୀ ମିଶ୍ର ଆହୁରି କହିଥିଲେ, କେନ୍ଦ୍ରମନ୍ତ୍ରୀ ନିଜେ ଘୋଷଣା କରିସାରିଛନ୍ତି, ଲୁଚାଚୋରାରେ ନୁହେଁ ଖୋଲାଖୋଲି ଭାବରେ ଉଭୟ ଦଳ ମଧ୍ୟରେ ବୁଝାମଣା ରହିଛି। ରାଜ୍ୟପାଳଙ୍କ ଅଭିଭାଷଣରେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି ବିଜେପି-ବିଜେଡି ଏବେ ସରକାରୀ ଦଳ । ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ କଥା ଗୃହରେ ବାରମ୍ବାର କୁହାଯାଉଥିଲା। ହେଲେ ଆଜି ରାଜ୍ୟପାଳ ମଧ୍ୟ ସେକଥା ଉଠାଇନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିେରାଧୀ ଦଳ ନେତା ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ, ବିଧାୟକ ଦଳର େପ୍ରାସିଡିଂ ବା ସ୍ବତନ୍ତ୍ର ଆବେଦନ ବାଚସ୍ପତିଙ୍କୁ ଦିଆଯିବା କଥା। ସେହି ଆଧାରରେ ବାଚସ୍ପତି ବିେରାଧୀ ଦଳ େନତା େଘାଷଣା କରନ୍ତି। ଏହା ପୂର୍ବରୁ ବିରୋଧୀ ଦଳ ନେତା ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ? ଏହି ଆପତ୍ତିକୁ ଅଣଦେଖା କରି ବାଚସ୍ପତି ଗୃହ ଚଳାଇଥିଲେ। ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ଏକ ପରମ୍ପରା ରହିଛି । ଗୃହରେ କିଛି ବ୍ୟାଘାତ ଘଟିଲେ, ସେହି ସମୟରେ ଗୃହ ମୁଲତବୀ କରାଯିବାର ନିୟମ ରହିଛି। ଆଜି ବାଚସ୍ପତି କାଲା ପରି ଅଭିନୟ କରିଛନ୍ତି, ଯେଉଁଥିପାଇଁ କଂଗ୍ରେସ ପ୍ରତିବାଦ ସ୍ୱରୂପ କକ୍ଷତ୍ୟାଗ କରିଥିଲା। ଗୃହ ବାହାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଣମାଧ୍ୟମକୁ କହିଥିଲେ, ବିଳମ୍ବରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ହେଲା। ସେଥିପାଇଁ ସବୁ କାଗଜପତ୍ର ଦେବାରେ ବିଳମ୍ବ ହୋଇଛି। ବାଚସ୍ପତି ଗଣମାଧ୍ୟମରୁ ଦେଖି ସମ୍ବୋଧିତ କରିଥିବେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବିରୋଧୀ ଦଳ ନେତା କିଏ ହେବେ ତାହା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପୂର୍ବରୁ ଜଣାଯାଇଥିଲା। ନିଜେ ପ୍ରଦୀପ୍ତ ନାୟକ ବିଳମ୍ବରେ ଦିଆଯାଇଥିବା ସ୍ବୀକାର କରିଛନ୍ତି ବୋଲି ପ୍ରଶ୍ନକୁ ଶ୍ରୀମତୀ ମଲ୍ଲିକ ଏଡ଼ାଇ ଯାଇଥିଲେ। କହିଥିଲେ, ବାଚସ୍ପତି ଯେହେତୁ ନାମ ଡାକିଛନ୍ତି, ତେଣୁ ସେ ନିଶ୍ଚିତ ଭାବେ ସୂଚନା ପାଇଥିବେ। ବାଚସ୍ପତି କହିଛନ୍ତି, ବିରୋଧୀ ଦଳ ନେତା ପଦବି ନେଇ ବିଜେପିର ସୂଚନା ମିଳିଯାଇଥିଲା। ବିଧାନସଭାରେ େଘାଷଣା କରିବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର