ନିରାକାରପୁର : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଏକ ପ୍ରମୁଖ ବ୍ୟବସାୟିକ ସ୍ଥାନ ଭାବେ ଜଣାଶୁଣା। ବେଗୁନିଆ, ଖୋର୍ଦ୍ଧା, ରଣପୁର, ବ୍ରହ୍ମଗିରି, ସତ୍ୟବାଦୀ ଆଦି ଅଞ୍ଚଳଳର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି। ହେଲେ ଗତ କିଛିଦିନ ହେବ ନିରାକାରପୁର ବଜାରରେ ଥିବା ଅଧିକାଂଶ ଏଟିଏମ୍ କାମ କରୁ ନ ଥିବା ଅଭିଯୋଗ ହେଉଛି। କେଉଁ ଏଟିଏମ୍ରେ ଟଙ୍କା ନାହିଁ ତ କେଉଁ ଏଟିଏମ୍ରେ ଟଙ୍କା ଥାଇ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲୋକେ ସେବା ପାଇ ପାରୁ ନାହାଁନ୍ତି।ଏପରିକି କେତେକ ଏଟିଏମ୍ ସରକାରୀ ଅଫିସ ପରି ସକାଳ ୧୦ଟାରେ ଖୋଲା ଯାଇ ସନ୍ଧ୍ୟା ହେଲେ ବନ୍ଦ ହୋଇଯାଉଛି। ସେହିଭଳି ଆଉ କେତେକ ଏଟିଏମ୍ର ଟଚ୍ ସ୍କ୍ରିନ୍ କାମ କରୁ ନ ଥିବା ବେଳେ କେତେକ ଏଟିଏମ୍ରେ ଲିଙ୍କ୍ ନ ଥିବା ଯୋଗୁଁ ଲୋକେ ସେବା ପାଇ ପାରୁ ନାହାଁନ୍ତି। ତେବେ ଏଟିଏମ୍ ସମସ୍ୟା ନେଇ ବ୍ୟାଙ୍କର ସ୍ଥାନୀୟ ଅଧିକାରୀ, କର୍ମଚାରୀ କିଛି ଉତ୍ତର ଦେଉ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ନିରାକାରପୁରରେ ମିଳୁ ନାହିଁ ଏଟିଏମ୍ ସେବା
/sambad/media/post_attachments/wp-content/uploads/2019/11/atm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)