ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ହେବେ ପ୍ରଫେସର ଜୟଶ୍ରୀ ମହାନ୍ତି

ପ୍ରଫେସର ସିଦ୍ଧାର୍ଥ ଦାସ ନେଲେ ସ୍ବେଚ୍ଛାକୃତ ଅବସର

କଟକ : ଏସ୍‌ସିବି ମେଡିକାଲ କଲେଜର ଡ଼ିନ୍‌ ଓ ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ସିଦ୍ଧ‌ାର୍ଥ ଦାସଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ସରକାର ଗ୍ରହଣ କରିଛନ୍ତି। ତା’ସହିତ ରେଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ମେଡିକାଲ କଲେଜର ପରବର୍ତ୍ତୀ ଡିନ୍‌ ଓ ପ୍ରନ୍‌ସିପାଲ ଦାୟିତ୍ବରେ ରହିବେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଦେଶନାମା ଆସିଛି। ପ୍ରଫେସର ଦାସ ପ୍ରଫେସର ମହାନ୍ତିଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମା (ପତ୍ର ସଂଖ୍ୟା ୨୭୩୪, ତା ୩୦/୦୧/୨୦୧୯ରେ) ଅନୁଯାୟୀ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ଡିନ୍‌ ତଥା ପ୍ରିନ୍‌ସିପାଲ ପଦରେ ପ୍ରଫେସର ମହାନ୍ତି ରହିବେ। ତେବେ ଦୀର୍ଘଦିନ ପ୍ରଫେସର ଦାସଙ୍କ ସ୍ବେଚ୍ଛାକୃତ ଆବେଦନ ଘଟଣା ଉପରେ ଲାଗି ରହିଥିବା ଦ୍ବନ୍ଦ୍ବ ଉପରୁ ପରଦା ହଟିଛି। କିନ୍ତୁ ଗୁରୁବାର ଅଧୀକ୍ଷକ ପ୍ରଫେସର ପ୍ରସନ୍ନ କୁମାର ଦେବତାଙ୍କ କାର୍ଯ୍ୟକାଳ ସରୁଥିବାରୁ ଏସ୍‌ସିବିର ପରବର୍ତ୍ତୀ ଅଧୀକ୍ଷକ କିଏହେବ, ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ।

ସମ୍ବନ୍ଧିତ ଖବର