ଏଲ୍‌ଏସ୍‌ଆଇର ସଭାପତି ହେଲେ ପଞ୍ଚାନନ ମହାନ୍ତି

ଭୁବନେଶ୍ୱର : ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ହ୍ୟୁମାନିଟିଜ୍‌ର ଡିନ୍‌ ପ୍ରଫେସର ପଞ୍ଚାନନ ମହାନ୍ତି ଲିଙ୍ଗୁଇଷ୍ଟିକ୍‌ ସୋସାଇଟ୍‌ ଅଫ୍‌ ଇଣ୍ଡିଆ(ଏଲ୍‌ଏସ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଫେସର ମହାନ୍ତି ସେଣ୍ଟର ଫର୍‌ ଆପ୍ଲାଏଡ୍‌ ଲିଙ୍ଗୁଇଷ୍ଟିକ୍‌ ଆଣ୍ଡ୍‌ ଟ୍ରାନ୍ସଲେସନ ଷ୍ଟଡିସ୍‌ରେ ଅଧ୍ୟାପନା କରିବା ସହ ଭାଷା ଉପରେ ଗବେଷଣା ଜାରି ରଖିଛନ୍ତି। ପ୍ରଫେସର ଅନଭିତା ଆବିଙ୍କଠାରୁ ପ୍ରଫେସର ମହାନ୍ତି ଆଜି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୦ ପର୍ଯ୍ୟନ୍ତ ସେ ସଭାପତି ଭାବେ କାର୍ଯ୍ୟ କରିବେ। ପୁନେଠାରେ ଅବସ୍ଥାପିତ ଏଲ୍‌ଏସ୍‌ଆଇ ୧୯୨୮ରେ ପ୍ରତିଷ୍ଠା ହୋଇଥିଲା।

ସମ୍ବନ୍ଧିତ ଖବର