ପୋଖରୀରେ ବୁଡ଼ିଗଲେ ଅଧ୍ୟାପକ

ଖଡିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ମଡେଲ ଡିଗ୍ରି କଲେଜର ଓଡ଼ିଆ ଅଧ୍ୟାପକ ରମାକାନ୍ତ ଦେଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସୂଚନାମତେ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ସଦାନନ୍ଦପୁର ଗ୍ରାମର ରମାକାନ୍ତ ଗତ ୨ ବର୍ଷ ଧରି ଖଡ଼ିଆଳ ମଡେଲ ଡିଗ୍ରି କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରି ଆସୁଥିଲେ। ସେ ଖଡ଼ିଆଳ ସହରର ବ୍ରାହ୍ମଣପଡାରେ ଭଡ଼ାରେ ରହୁଥିଲେ ଓ ପ୍ରତିଦିନ ସକାଳୁୁ ଭ୍ରମଣରେ ଯାଉଥିଲେ। ରବିବାର ଭୋର ସମୟରେ ପ୍ରାତଃ ଭ୍ରମଣରେ ବାହାରି ନିକଟସ୍ଥ ଗୋଡେଲବନ୍ଧ ପୋଖରୀରେ ଶୌଚ ହୋଇ ଧୋଇ ହେଉଥିବା ବେଳେ ଅସାବଧାନତା ବଶତଃ ଗଭୀର ପାଣିରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଖଡିଆଳ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର