ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର : ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି। ଦାୟିତ୍ୱ ଗ୍ରହଣ ଦିନରୁ ହିଁ ପ୍ରଫେସର ଲାଲଙ୍କ କାର୍ଯ୍ୟକାଳ ଆରମ୍ଭ ହେବ। ଏବେ  ବିହାର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଓଡ଼ିଶା ଦାୟିତ୍ୱରେ ଅଛନ୍ତି। ସତ୍ୟପାଲଙ୍କ ମଲ୍ଲିକଙ୍କ ଠାରୁ ଦାୟିତ୍ୱ ନେବେ ପ୍ରଫେସର ଲାଲ୍‌।

ସୂଚନାଯୋଗ୍ୟ ୨୦୧୪ରେ କେନ୍ଦ୍ରକୁ ବିଜେପି ସରକାର ସତ୍ତାକୁ ଆସିବା ପରେ ଗଣେଶୀ ଲାଲ ରାଜ୍ୟପାଳ ନିଯୁକ୍ତ ହେବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ସରକାର ଓ ସଂଗଠନର ରାୟ ଏକ ହୋଇପାରିଲା ନାହିଁ । ଯାହାଦ୍ୱାରା ଗଣେଶୀ ଲାଲ ରାଜ୍ୟପାଳ ନିଯୁକ୍ତିରୁ ବଂଚିତ ହୋଇଥିଲେ। ପ୍ରଫେସର ଗଣେଶୀ ଲାଲ ହେଉଛନ୍ତି ହରିଆଣାର ବାସିନ୍ଦା ଓ  ବିଜେପିର ଜଣେ ବରିଷ୍ଠ .ନେତା।

ସୂଚନାଯୋଗ୍ୟ ଓଡ଼ିଶାର ରାଜ୍ୟପାଳ ଏସ୍‌.ସି ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମାର୍ଚ୍ଚ ମାସରେ ଓଡିଶାର ନୂଆ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ଶପଥ ଗ୍ରହଣ କରିଥିଲେ। ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ସେ ବିହାର ସମେତ ଓଡିଶାର ଦାୟିତ୍ୱ ତୁଲାଉଥିଲେ।

ସମ୍ବନ୍ଧିତ ଖବର