ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଭୁବନେଶ୍ୱର : ଜଳସେଚନ ବିଭାଗ ପାରଳାଖେମୁଣ୍ଡି ଡିଭିଜନ୍‌ର ଅବସରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମଚରଣ ତ୍ରିପାଠୀଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି। ୧୯୯୬ ମସିହାରେ ବ୍ରହ୍ମପୁରର ଭିଜିଲାନ୍‌ସ୍‌ ମାମଲା(୬/୯୬)ର ବିଚାର କରି ଆଜି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍‌ସ୍‌ କୋର୍ଟର ଅଧିକୃତ ଅଧିକାରୀ ଏହି ଆଦେଶ ଦେଇଛନ୍ତି। ଏହି ବାଜ୍ୟାପ୍ତି ତାଲିକାରେ ପୂର୍ବରୁ ଭିଜିଲାନ୍‌ସ୍‌ ଦ୍ବାରା ଠାବ ହୋଇଥିବା ୭ ଲକ୍ଷ ୪୭ ହଜାର ୭୫୨ ଟଙ୍କାର ସମ୍ପତ୍ତି ରହିଛି।

ଶ୍ରୀ ତ୍ରିପାଠୀ ପାରଳାଖେମୁଣ୍ଡିରେ ସହକାରୀ ଯନ୍ତ୍ରୀ ଭାବରେ କାମ କରୁଥିବା ବେଳେ ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା। ୨୦୦୦ ମସିହାରେ ଭିଜିଲାନ୍‌ସ୍‌ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୧୫ ମସିହାରେ ମାମଲାର ବିଚାର ହେବା ସହ ଅଭିଯୁକ୍ତ ଅଧିକାରୀ ଦଣ୍ଡିତ ହୋଇଥିଲେ। ଅଜୟ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର