ଡିଜିପିଙ୍କ ସହ ଆଲୋଚନା ପରେ ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଛଅ ଦଫା ଦାବି ନେଇ ଆଜି ଓଡ଼ିଶା ପୁଲିସ ସମନ୍ଵୟ ସମିତି ଡାକରାରେ ରାଜ୍ୟର ପ୍ରାୟ୭୨ ହଜାର କର୍ମଚାରୀ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଠାରୁ ଓଡ଼ିଶା ପୁଲିସ ସମନ୍ଵୟ ସମିତି ଅସ୍ତ୍ରଶସ୍ତ୍ର ଓ ଗାଡ଼ି ଚାବି ହସ୍ତାନ୍ତର କରିବା ସହିତ ସମୂହ ଛୁଟିରେ ଯିବାକୁ ଘୋଷଣା କରି ଥିବା ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର କମିସନରେଟ୍‌ ଅଫିସ ପରିସରରେ ଥିବା ପୁଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସରେ ପୁଲିସ ଡିଜି ଡା. ଆର ପି ଶର୍ମା ଓ ଓଡ଼ିଶା ପୁଲିସ ସମନ୍ଵୟ ସମିତିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଫଳପ୍ରଦ ହୋଇଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ହେଲା ବୋଲି କନେଷ୍ଟବଳ ଓ ସିପାହୀ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ବିଭିନ୍ନ ଛୁଟି ଦିନରେ ଓ ଜୀବନକୁ ବିପନ୍ନ କରି ଖଟୁଥିବାରୁ ଭତ୍ତା ଆକାରରେ ବର୍ଷକୁ ଏକମାସର ଅତିରିକ୍ତ ଦରମା, ଏଏସ୍‌ଆଇ, ଏସ୍‌ଆଇ ଓ ଇନେ୍‌ସ୍ପକ୍ଟରଙ୍କୁ ୬ଷ୍ଠ ଓ ସପ୍ତମ ବେତନ ଲାଗୁ, କ୍ୟାସ୍‌ଲେସ୍‌ ହେଲ୍ଥ କାର୍ଡ ଜରିଆରେ ଅତି କମ୍‌ରେ ୫ଲକ୍ଷର ସହାୟତା, ଆରସିଏମ୍‌ ବଦଳରେ ୧୨ଶହ ମେଡିକାଲ ଭତ୍ତା, ମୋଟର ସାଇକେଲ ଭତ୍ତା ୭୫୦ରୁ ୧୫ଶହକୁ ବୃଦ୍ଧି, ଠିକା କର୍ମଚାରୀଙ୍କୁ ସମସ୍ତ ଭତ୍ତାରେ ସାମିଲ କରିବା, ଡିଏସପିି ପଦବି ପାଇଁ ସିଧାସଳଖ ନିଯୁକ୍ତି ଆଦି ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ପୁଲିସ ସମନ୍ଵୟ ସମିତି। ୪ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିବା ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସହ ହାତ ମିଶାଇଛି ଓପିଏ ଓ ଓପିଏସ୍‌ ସଂଘ। ଆଜି ପୁଲିସ କଳାବ୍ୟାଜ୍‌ ପରିଧାନ କର କାର୍ଯ୍ୟ କରୁଛନ୍ତି। ମାତ୍ର ଆଜି ସନ୍ଧ୍ୟା ସୁଦ୍ଧା ପୂରଣ ନ ହେଲେ ସମସ୍ତ ପୁଲିସ ସନ୍ଧ୍ୟାରେ ଅସ୍ତ୍ରଶସ୍ତ୍ର ସହ ପୋଷାକ ଓ ଗାଡ଼ିଚାବି ହସ୍ତାନ୍ତର କରିବେ। ଶୁକ୍ରବାର ସକାଳୁ ପାଖାପାଖି ୭୨ହଜାର କର୍ମଚାରୀ ସମୂହ ଛୁଟିରେ ଯିବେ ବୋଲି ଓଡ଼ିଶା ପୁଲିସ ସମନ୍ଵୟ ସମିତି ଘୋଷଣା କରଥିଲେ। ଏ ନେଇ ଆଜି ପୁଲିସ ଡିଜି ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ପ୍ରତୃାହାର କରାଯାଇଥିବା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର