ପୁଣି ତେଜିଲା ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ତିନି ଦିନ କାର୍ଯ୍ୟବନ୍ଦ

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବିରେ ଆନ୍ଦୋଳନ ପୁଣି ତେଜିବାରେ ଲାଗିଛି। ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ସୋମବାରଠାରୁ ତିନି ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।

ଅ‌ାଜି ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଧାରଣାସ୍ଥଳରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଯୁକ୍ତି ଦର୍ଶାଯାଇଥିଲା ଯେ, ପାଟଣା ରାଜ୍ୟର ହାଇକୋର୍ଟ ବଲାଙ୍ଗୀରରେ ଥିଲା। ତେଣୁ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ୍‌ ଫେରି ପାଇବା ପାଇଁ ବଲାଙ୍ଗୀରବାସୀଙ୍କ ହକ୍‌ ରହିଛି। ବର୍ତ୍ତମାନର ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପାଇଁ ବଲାଙ୍ଗୀର ପ୍ରକୃଷ୍ଟ ସ୍ଥାନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଯଥାର୍ଥତା ଦର୍ଶାଇ ବକ୍ତାମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ସଂଘର ସଂପାଦକ ଅମନ ନାଗ, ଉପସଭାପତି ବାସୁଦେବ ବାରିକ, ବାସୁ ରଥ, ଭବାନୀ ଶଙ୍କର ଶତପଥୀ, ଅଶୋକ ରାଉତ, ଗୋପାଳ ପାଣିଗ୍ରାହୀ, ମାନଭଞ୍ଜନ ବେରିହା, ଶଙ୍କର ପ୍ରସାଦ ମିଶ୍ର, ବିକାଶ ଚନ୍ଦ୍ର ପଧାନ, ପଦ୍ମନାଭ ପଟେଲ, ଦୟା ଶତପଥୀ, ଶୁଭ୍ରାଂଶୁ ବଗର୍ତ୍ତି, ଉମାକାନ୍ତ ସାହୁ, ଆଶୁତୋଷ ଷଡ଼ଙ୍ଗୀ, ଦୀପକ ଶତପଥୀ, ସୀତମ ଗୁରୁ, ସରୋଜ ଗୁପ୍ତା, ଅସୀତ ଷଡ଼ଙ୍ଗୀ, ସୌମ୍ୟ ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର