ଆଇଏମଏ ମିଶ୍ରଣକୁ ବିରୋଧ କରି ମାମଲା, ପ୍ରତିଜବାବ ଦାଖଲ ପାଇଁ ମହଲତ

କଟକ: ଭୁବନେଶ୍ବର ଅନ୍ଧାରୁଆଠାରେ ଥିବା ଦି ଇନଷ୍ଟିଚ୍ୟୁଟ ଅଫ୍ ମାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍ସ(ଆଇଏମଏ)କୁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍ ଷ୍ଟାଟିସଟିକାଲ୍ ଇନଷ୍ଟିଚ୍ୟୁଟ(ଆଇଏସଆଇ)ରେ ମିଶାଯିବା ଲାଗି ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ଏପ୍ରିଲ ୧୫ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଜବାବ ଦାଖଲ କରାଯାଇଥିବା ବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏଥି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ କାମାକ୍ଷା ପ୍ରସାଦ ବେହେରାଙ୍କ ପକ୍ଷରୁ ଆଇନଜୀବୀ ଗୋପୀନାଥ ସେଠୀ ଓ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର