କେନ୍ଦ୍ରାପଡ଼ା ସାଂସଦଙ୍କୁ ଗିରଫ ଦାବିରେ ବିକ୍ଷୋଭ

ଭୁବନେଶ୍ୱର : ସାମ୍ବାଦିକଙ୍କୁ ଅପମାନିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ କରିବାକୁ ଦାବି କରିଛି ଟିଜି ସିୁରକ୍ଷା ଟ୍ରଷ୍ଟ। ଏ ନେଇ ଆଜି ଟ୍ରଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏତଲା ଦିଆଯାଇଥିଲେ ମଧ୍ୟ ଗିରଫ କରାଯାଉ ନଥିବାରୁ ପୁଲିସର କାର୍ଯ୍ୟକୁ ଟ୍ରଷ୍ଟ ନିନ୍ଦା କରିଥିଲା। ତାଙ୍କୁ ତୁରନ୍ତ ଗିରଫ କରାନଗଲେ, ସାଂସଦଙ୍କ କଟକସ୍ଥିତ ବାସଭବନ ଓ ଦିଲ୍ଲୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ସମେତ ବବି, ବାଲୁଗାଁର ପୁନମ, ଛତ୍ରପୁରର ରାଜଶ୍ରୀ, ସୋନମ୍‌, ଅନୁଷ୍କା, ରୀନା, ମମତା କିନ୍ନର ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର