ଟୋଲ୍‌ ଟିକସ୍‌ ଛାଡ଼ ଦାବିରେ ଆନ୍ଦୋଳନ : ଜୋର୍‌ଜବରଦସ୍ତ ଟୋଲ୍‌ଗେଟ୍‌ ଖୋଲିଦେଲେ ଆନ୍ଦୋଳନକାରୀ

ସମ୍ବଲପୁର/ରେଂଗାଲି : ଟୋଲ ଟିକସ୍‌ ଛାଡ଼ ଦାବିରେ ଆଜି ସମ୍ବଲପୁରରେ ଆନ୍ଦୋଳନ ତୀବ୍ର ହୋଇଛି। ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦରେ ଆନ୍ଦୋଳନକାରୀମାନେ ଜୋରଜବରଦସ୍ତ ସମ୍ବଲପୁର-ରାଉରକେଲା ରାସ୍ତାର ନୂଆଁଖୁରିଗାଁ, ମୁଶୁଳିକାନି ଓ ଲାଲଂଗ ଟୋଲ ପ୍ଲାଜାର ଗେଟ୍‌ ଖୋଲି ଦେଇଥିଲେ। ଟୋଲ ଟିକସ୍‌ ନଦେଇ ଏହି ରାଜପଥରେ ଗାଡ଼ିଗୁଡ଼ିକ ଯାତାୟତ କରିଥିଲା।

ସୂଚନା ଅନୁସାରେ, ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ େଓ୍ଵ’ରୁ ଘରୋଇ ଗାଡ଼ି, ସ୍କୁଲ ଭ୍ୟାନ, ଚାଷୀମାନଙ୍କ ଟ୍ରାକ୍ଟର ଭଳି ଗାଡ଼ିଗୁଡ଼ିକରୁ ଟୋଲ ଟିକସ ସଂପୂର୍ଣ୍ଣ ଛାଡ଼ ପାଇଁ ମେ’ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁୁ ମିଆଦ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ମିଳିତ ବୈଠକ ପରେ ଗତ ୧୬ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା। ସରକାର କୌଣସି ପଦକ୍ଷେପ ନନେବାରୁ ପୂର୍ବ ଘୋଷଣା ମୁତାବକ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଓକିଲ ସଂଘର ନେତୃତ୍ୱରେ ବିଭିନ୍ନ ସଂଗଠନ ଓ ସଚେତନ ନାଗରିକମାନେ ସଂପୃକ୍ତ ଅଞ୍ଚଳର ଟୋଲ୍‌ ପ୍ଲାଜା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା । ଏହି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ଟୋଲ୍‌ଗେଟ୍‌ ଖୋଲି ଦେଇଥିଲେ।

ସମ୍ବନ୍ଧିତ ଖବର