ବ୍ରାହ୍ମଣଙ୍କ ପ୍ରତି ଦାମ ରାଉତଙ୍କ ଅରୁଚିକର ମନ୍ତବ୍ୟ ପ୍ରତିବାଦରେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ

ପୁରୀ:  ମାଲକାନାଗିରିର ମାଲ୍ୟବନ୍ତ ଉତ୍ସବରେ ଅତିଥିଭାବେ ଯୋଗ ଦେଇ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ ବ୍ରାହ୍ମଣମାନଙ୍କ ପ୍ରତି ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରତିବାଦରେ ଆଜି ପୁରୀରେ ବ୍ରାହ୍ମଣ ସମାଜ ପକ୍ଷରୁ  ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ରହ୍ମଣମାନେ ଡା. ରାଉତଙ୍କ ମୁହଁକୁ ଏକ ଡାମରା କାଉ ଫଟୋ ସହିତ ଯୋଡ଼ି ପ୍ରଦର୍ଶନ କରିବା  ସହ  ବ୍ରାହ୍ମଣ ସମାଜ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ଡା.ରାଉତ କ୍ଷମା ପାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ  ମାଲ୍ୟବନ୍ତ ଉତ୍ସବରେ ଡା. ରାଉତ  ଆଦିବାସୀ ସମାଜକୁ ଖୁସି କରିବା ପାଇଁ  କହିଥିଲେ ଯେ ଆଦିବାସୀମାନେ ଭିକ ମାଗନ୍ତି ନାହିଁ, ବ୍ରାହ୍ମଣମାନେ ଭିକ ମାଗନ୍ତି। ଡା. ରାଉତଙ୍କ ଏପରି ମନ୍ତବ୍ୟ  ରାଜ୍ୟର ସମଗ୍ର ବ୍ରହ୍ମଣ ସମାଜରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଡା. ରାଉତଙ୍କୁ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ପୁରୀରେ ପ୍ରତ୍ୟେକ୍ଷ ଭାବେ ବ୍ରହ୍ମଣମାନେ ପଦାକୁ ବାହାରି  ଡା. ରାଉତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର