ସବୁଜ ପତ୍ରିକାଧାରୀ ସଂଘର ବିକ୍ଷୋଭ

ଭୁବନେଶ୍ବର: ଘୋଷଣା ମୁତାବକ ସବୁଜ ପତ୍ରିକାଧାରୀଙ୍କୁ ଏ ପର୍ଯ୍ୟନ୍ତ କୌଣସି ସୁବିଧା ଯୋଗାଇ ଦିଆଯାଇ ନାହିଁ। ବିଭିନ୍ନ ସମୟରେ ଏ ନେଇ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲେ ମଧ୍ୟ ଦାବି ପ୍ରତି କେହି ଗୁରୁତ୍ବ ଦେଉ ନାହାନ୍ତି। ତୁରନ୍ତ ସମସ୍ତ ଦାବି ପୂରଣ କରିବା ନେଇ ଆଜି ନିଖିଳ ଓଡ଼ିଶା ସବୁଜ ପତ୍ରିକାଧାରୀ ସଂଘ ପକ୍ଷରୁ ଲୋୟର୍ ପିଏମ୍‌ଜିରେ ବିକ୍ଷୋଭ କରାଯାଇଥିଲା। ରାଜ୍ୟ ସଭାପତି ସୁର ଜେନା, କାର୍ଯ୍ୟକାରୀ ସଭାପତି ଦେବାଶିଷ ଘୋଷ, ସାଧାରଣ ସମ୍ପାଦକ ଜିନ୍ମୟୀ ମହାପାତ୍ର, ସମ୍ପାଦକ ଅବନ୍ତି ପ୍ରଧାନ, ଅନୁସୂୟା ସାହୁ, ସବିତା ନନ୍ଦ, ସଞ୍ଜୁଲତା ମାର୍ଥା, ଚିନ୍ମୟୀ ପାଇକରାୟ, ସୁଷମା ପଲେଇ, ବାସନ୍ତୀ ରାଉତ, ପୁନେଇ ବରାଳ, ରଞ୍ଜିତା ସାହୁ, ଯଶୋଦା ବେହେରା, ସର୍ବେଶ୍ବର ମାର୍ଥା, ସୌରୀବନ୍ଧୁ କର ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ପତ୍ରିକାଧାରୀ ବି‌େକ୍ଷାଭରେ ସାମିଲ ହେବା ସହିତ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର