ଭିସୁଟ୍‌ କୁଳପତିଙ୍କୁ ପ୍ରତ୍ୟାହାର ଦାବିରେ ଧାରଣା

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ରେ ଛାତ୍ର ଅଶାନ୍ତି ପରେ ଏବେ ଶିକ୍ଷକଙ୍କ ଅ‌ାନ୍ଦୋଳନ ଆରମ୍ଭ ହୋଇଛି। ବୁଧବାର ୧୦ଦଫା ଦାବି ଏବଂ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ପ୍ରତ୍ୟାହାର ଦାବି କରି ଶିକ୍ଷକ ସଂଘର ୨୫୦ରୁ ଊର୍ଦ୍ଧ୍ବ ପ୍ରଫେସର ଓ ସହକାରୀ ପ୍ରଫେସର ଅନଶନରେ ବସିଛନ୍ତି।

ସକାଳ ୧୦ଟାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶାସନିକ ବ୍ଲକ ସମ୍ମୁଖରେ ପହଞ୍ଚିବା ପରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇ ଧାରଣା ଦେଇଥିଲେ। ସନ୍ଧ୍ୟା ୬ଟା ଯାଏଁ ଆଲୋଚନାର କୌଣସି ନିଷ୍କର୍ଷ ନବାହାରିବାରୁ ଗୁରୁବାର ସକାଳ ୧୦ଟାରୁ ପୁଣି ଧାରଣା ଦିଆଯିବ ବୋଲି ଜଣାପଡ଼ିଛି। ସେପଟେ, ଏହି ଘଟଣାକୁ କେନ୍ଦ୍ରକରି ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଦାବି ପୂରଣ ହେବା ସଙ୍ଗେ ସଙ୍ଗେ କୁଳପତିଙ୍କୁ ପ୍ରତ୍ୟାହାର କରାନଗଲେ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର