୭ ଦଫା ଦାବିରେ ଓଡ଼ିଶା ଜିଇଓଟେଗ୍‌ କର୍ମଚାରୀ ମହାସଂଘର ବିକ୍ଷୋଭ

ଭୁବନେଶ୍ୱର: ୭ଦଫା ଦାବି ନେଇ ଆଜି ଓଡ଼ିଶା ଜିଇଓଟେଗ୍‌ କର୍ମଚାରୀ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ସଭାପତି କନ୍‌ସଲ୍‌ ନାଗଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମଚାରୀ ରେଳଷ୍ଟେସନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଜିଇଓଟେଗ୍‌ ୟୁଥ୍‌ମାନଙ୍କୁ ମାସିକ ବେତନ ପ୍ରଦାନ କରିବା, ସରକାରୀ କର୍ମଚାରୀ ଏବଂ ନିଯୁକ୍ତି ଭିତ୍ତିକ ପ୍ରମାଣପତ୍ର ପ୍ରଦାନ, ସାମାଜିକ ସୁରକ୍ଷା, ଟେଗିଙ୍ଗ ଅଫିସର ମାନ୍ୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ଆମ ଘର ଆପ୍‌ସ କାର୍ଯ୍ୟ ସଂପର୍କିତ ବକେୟା ପ୍ରାପ୍ୟ ପ୍ରଦାନ, ପଞ୍ଚାୟତ ସମିତି ଓ ପଞ୍ଚାୟତମାନଙ୍କରେ ବାହାରୁଥିବା ନିଯୁକ୍ତିରେ ଅଗ୍ରାଧିକାର ଓ ଜିଇଓ ଟ୍ୟାଗିଙ୍ଗ ପାଇଁ ମୋବାଇଲ୍‌ ଓ ମୋବାଇଲ୍‌ ଭାଉଚର୍‌ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଆଜିର ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦିକା ତନୁଶ୍ରୀ ଦାସ, ରଞ୍ଜନ ବିଶ୍ୱାଳ, ପ୍ରଭା ରଞ୍ଜନ କର୍ଣ୍ଣ, ସୁଜିତ ଭଜ, ଶ୍ୟାମସୁନ୍ଦର ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର