ଲାଞ୍ଜିଗଡ଼: ବେଦାନ୍ତ କାରଖାନା ମୁଖ୍ୟଫାଟକରେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ସଂଘର୍ଷ, ଦୁଇ ମୃତ,୪୦ ଆହତ: ୧୪୪ ଧାରା ଜାରି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ପ୍ଲାଣ୍ଟର ମୁଖ୍ୟ ଫାଟକରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାପରେ ବେଦାନ୍ତ କାରଖାନା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ୧୪୪ ଧାରା ଜାରି କରାଯାଇଛି।

ଏହି କାରଖାନା ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ସ୍ଥାନୀୟ ରେଙ୍ଗୋପାଲି ଗାଁର ଲୋକମାନେ ଚାକିରି ଦାବିରେ ଆନ୍ଦୋଳନ ଚଳାଇ ଥିବା ବେଳେ କାରଖାନାର ସୁରକ୍ଷା କର୍ମୀ ଏହାକୁ ବିରୋଧ କରିଥିଲେ। ଏହାପରେ ସୁରକ୍ଷା କର୍ମୀଙ୍କ ମାଡରେ ୪୦ଜଣ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ଦାନୀ ବାତ୍ରା ନାମ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁସାରେ ଆନ୍ଦୋଳନକାରୀମାନେ କାରଖାନା ମୁଖ୍ୟଫାଟକରେ ଧସେଇ ପଶିବା ବେଳେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀ ସେମାନଙ୍କୁ ବାଧା ଦେଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର