ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ବନ୍ଦ: ୪ ଟ୍ରେନ୍‌ ବାତିଲ୍‌, ୧୪ ପ୍ରଭାବିତ

ଭୁବନେଶ୍ୱର : ସାନ୍ତାଳି ଭାଷାର ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ ଦାବି ନେଇ ‘ଭାରତ ଜାକାତ ମଝି ପ୍ରଗଣା ମହଲ’ ପକ୍ଷରୁ ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଓଡ଼ିଶାରେ ଟ୍ରେନ୍‌ ଚଳାଚଳ ଉପରେ ପଡ଼ିଛି। ଯେଉଁଥିପାଇଁ ଭୁବନେଶ୍ୱର-ହାଓ୍ଵଡା ଜନଶତାଦ୍ଦୀ ଏକ୍ସପ୍ରେସ୍‌, ପୁରୀ-ହାଓ୍ଵଡା ଶତାଦ୍ଦୀ ଏକ୍ସପ୍ରେସ୍‌, ଖଡ଼ଗପୁର-ଭଦ୍ରକ ପାସେଞ୍ଜର, ଭଦ୍ର୍ରକ-ବାଲେଶ୍ୱର ପାସେଞ୍ଜର ଟ୍ରେନ୍‌କୁୁ ସମ୍ପୂର୍ଣ୍ଣ ବାତିଲ୍‌ କରାଯାଇଥିଲା। ଏହାବ୍ୟତୀତ ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନରେ ୧୪ଟି ଟ୍ରେନ୍‌ ଅଟକି ରହିବା ଦ୍ୱାରା ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା। ଏଥିସହ ପୁରୀ-ଖୋର୍ଧାରୋଡ, ଖୋର୍ଧାରୋଡ-ନୟାଗଡ଼ ଟାଉନ୍‌-ଖୋର୍ଧାରୋଡ ପାସେଞ୍ଜର ଟ୍ରେନ୍‌ ସେପ୍ଟେମ୍ବର ୨୫ ତାରିଖରେ ବାତିଲ୍‌ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର