ଆରମ୍ଭ ହେଲା ‘ଆସନ’ ଯୋଜନା : ଆଉ ତଳେ ବସିବେନି ସ୍କୁଲ ଛାତ୍ରଛାତ୍ରୀ, ସମସ୍ତଙ୍କ ପାଇଁ ହେବ ଚେୟାର ଓ ଟେବୁଲର ବ୍ୟବସ୍ଥା

ଗଞ୍ଜାମ : ଗୁରୁଦିବସରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ- ମୋ ସ୍କୁଲ୍‌ ଅଭିଯାନ ମାଧ୍ୟମରେ ଆରମ୍ଭ ହୋଇଛି ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମ। ଏଣିକି ଶ୍ରେଣୀରେ ଆଉ ତଳେ ବସିବେନି ଛାତ୍ରଛାତ୍ରୀ। ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ପରିବେଶ ସହ ଚେୟାର ଟେବୁଲ ଓ ଆସନର ବ୍ୟବସ୍ଥା ହେବ। ହିଂଜିଳିକାଟୁର ପୋଚିଲିମା ପ୍ରାଥମିକ ବିଦ୍ୟାଳୟ ଓ ବ୍ରହ୍ମପୁର ହିଲପାଟଣା ସ୍ଥିତ ବାଳିକା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏହି ଯୋଜନା ଦ୍ୱାରା ଶ୍ରେଣୀରେ ଉନ୍ନତ ମାନର ପାଠପଢା, ସ୍ୱାସ୍ଥ୍ୟକର ପରିବେଶ ସହ ଚେୟାର ଟେବୁଲ ଓ ଆସନର ବ୍ୟବସ୍ଥା କରାଯିବ। ପିଲାଙ୍କୁ ପାଠପଢା ଦିଗରେ ଅଧିକ ଆକର୍ଷିତ କରିବାକୁ ଏହି କାର୍ଯ୍ୟକ୍ରମ ସକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଯୋଜନାକୁ ଆଗାମୀ ଦିନରେ ଜିଲ୍ଲାରେ ଥିବା ୪ ହଜାର ବିଦ୍ୟାଳୟରେ ଲାଗୁ କରାଯିବ। ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଅର୍ଥ ସହ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଲୋଡାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ।

ଛାତ୍ରଛାତ୍ରୀ ମାନେ ତଳେ ବସି ପାଠ ପଢିବା ଦ୍ୱାରା ପୋଷାକ ଖରାପ ହେବା ସହ ପାଠପଢିବା ପାଇଁ ମଧ୍ୟ ଅସୁବିଧା ହେଉଥିଲା। ତେଣୁ ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର