ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ପୁଞ୍ଜିଲାଲଙ୍କ ଜାମିନ ଆବେଦନର ଶୁଣାଣି ୮ରେ

କଟକ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧୢାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ତପୀଠ ଆବେଦନର ଶୁଣାଣି କରି ଜବତ ତାଲିକା ସହିତ ତଦନ୍ତ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ୨୦୧୮, ଜୁନ ୧ରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ବଲାଙ୍ଗୀର ଅତିରିକ୍ତ ଦୌରା ଜଜ୍‌ ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଓ ରୀମାଙ୍କୁ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୌମ୍ୟଶେଖରଙ୍କ ମୃତ୍ୟ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ରୀମାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ତଦନ୍ତକାରୀ ସ˚ସ୍ଥା ରିମାଣ୍ତରେ ନେଇ ପଚରା ଉଚୁରା କରିଥିଲା। ଏହା ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ୩୦୦ ପୃଷ୍ଠାର ଚାର୍ଜସିଟ୍‌ ପାଟଣାଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ କରିଥିଲା। ଚାର୍ଜସିଟ୍‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୭୨ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଦାଖଲ କରିଛି। ବୟାନ ବାଦ୍‌ କଣ୍ଟାବାଞ୍ଝି ରେଳ ଷ୍ଟେସନ୍‌ରେ ଥିବା ଗାଡ଼ି ଷ୍ଟାଣ୍ତର ରସିଦ୍‌ ବହି, ପୁଞ୍ଜିଲାଲଙ୍କ ମୋବାଇଲ୍‌ ଫୋନ୍‌, ପେନ୍‌ଡ୍ରାଇଭ୍‌, ଏକ୍ସଟର‌୍‌ନାଲ ହାର୍ଡ ଡିସ୍କ, ପ୍ରିଣ୍ଟର, ଏସ୍‌ପିଙ୍କୁ ପଠାଇଥିବା ଚିଠି, ଅଠା ଡବା, ବୋମା ଏବ˚ ରାୟପୁର ଡିଟିଡିସି କୋରିଅର‌୍‌ ସ˚ସ୍ଥା ବାହାର ପାର୍ଶ୍ବରେ ଖଞ୍ଜାଯାଇଥିବା କ୍ୟାମେରାର ହାର୍ଡଡିସ୍କ ଇତ୍ୟାଦି ଜବତ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ଦର୍ଶାଇଛି।

ସମ୍ବନ୍ଧିତ ଖବର