ତେଜିଲା ପୁରୀ-ଭୁବନେଶ୍ୱର ବସ ମାଲିକ ସଂଘ ବିବାଦ : ଆସନ୍ତାକାଲି ପୁରୀ-କଟକ ରୁଟରେ ଆସୁଥିବା ସମସ୍ତ ବସକୁ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ

ଭୁବନେଶ୍ୱର : ବସର ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ପୁରୀ ଏବଂ ଭୁବନେଶ୍ୱର ବସ ମାଲିକ ସଂଘ ମଧ୍ୟରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଯାହାଫଳରେ ପୁରୀ-ଭୁବନେଶ୍ୱର ମଧ୍ୟରେ ବସ ଚଳାଚଳ ବନ୍ଦ ରହିଛି। ଉଭୟ ସହର ମଧ୍ୟରେ ବସ୍‌ ଚଳାଚଳ ହୋଇପାରୁନାହିଁ ସ୍ୱାଭାବିକ।

ଏହାକୁ ନେଇ ଉଭୟ ବସ ମାଲିକ ସଂଘ ମଧ୍ୟରେ ଆହୁରି ତୀବ୍ର ହେବାକୁ ଯାଉଛି ବିବାଦ। ଆସନ୍ତାକାଲି ପୁରୀ ମାଲିକଙ୍କ ବସ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ। ପୁରୀ-କଟକ ରୁଟରେ ଆସୁଥିବା ସମସ୍ତ ବସକୁ ଅଟକାଇବାକୁ ନିଷ୍ପତି ହୋଇଛି। ଭୁବନେଶ୍ୱର ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପୁରୀ-କଟକ ରୁଟରେ ବସ ଅଟକାଇବା ଦ୍ୱାରା ଯାତ୍ରୀ ହଇରାଣ ହେବାର ଆଶଙ୍କା ରହିଛି।

ପୁରୀ ଏବଂ ଭୁବନେଶ୍ୱରରେ ବସର ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ଉଭୟ ଅଞ୍ଚଳର ବସ୍‌ ମାଲିକଙ୍କ ମଧ୍ୟରେ ବିବାଦ ଗତ କିଛି ଦିନ ଧରି ଲାଗି ରହିଛି । ବସ୍‌ ଚଳାଚଳ ସମୟକୁ ନେଇ ଦୁଇ ମାଲିକ ସଂଘ ମଧ୍ୟରେ ବାରମ୍ବାର ବିବାଦ ଉପୁଜୁଛି। ପୂର୍ବରୁ ପୁଲିସର ମଧ୍ୟସ୍ଥତାରେ ଅନେକଥର ବୈଠକର ଆୟୋଜନ ହୋଇଛି। ମାତ୍ର ବୈଠକରେ ଯାହା ନିଷ୍ପତ୍ତି ହୋଇଥାଏ, ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବା କିଛି ବସ୍‌ ମାଲିକ କହିଛନ୍ତି।

ସମ୍ବନ୍ଧିତ ଖବର