ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୪ ତାରିଖରେ ପୁରୀ ଘୋଷ ଯାତ୍ରା। ଘୋଷ ଯାତ୍ରା ପାଇଁ ଦେଶ ତଥା ଦେଶବାହାରୁ ବଡ଼ ଦାଣ୍ଡରେ ଜମିବ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ପୁଲିସ ଏବେ ଠାରୁ ପ୍ରସ୍ତୁତ ହେଲାଣି। ସୁରକ୍ଷା ପାଇଁ ଜଳ, ସ୍ଥଳ ଓ ଆକାଶ ୩ ପଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ଓଡ଼ିଶା ପୁଲିସ ଅଣ୍ଟା ଭିଡ଼ିଛି। ଘୋଷ ଯାତ୍ରା ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନେତୃତରେ କମିସନ୍ରେଟ୍ ପୁଲିସ୍ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୪ ଟି ଘଟଣା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଘୋଷ ଯାତ୍ର ଦିନ ଠାରୁ ବାହୁଡ଼ା ପର୍ଯ୍ୟନ୍ତ ପୁରୀର ଆକାଶ ପଥକୁ ନୋ ଫ୍ଲାଇଙ୍ଗ୍ ଜୋନ୍ କରାଯିବ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ନିଆଯାଇଛି। ରେଳ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଭିଡ଼ ପାଇଁ ଏକ କଣ୍ଟ୍ରୋଲ୍ ରୁମ୍ କରାଯିବ। ଯାତ୍ରୀ ଓ ରେଳ ସୁରକ୍ଷା ପାଇଁ ଆରପିଏଫ୍ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣକୁ ଅଧିକ ଧ୍ୟାନ ଦିଆଯାଇଛି। ଏହାଛଡ଼ା ସମୁଦ୍ର ଉପରେ ନଜର ରଖିବାକୁ ଏହି ବୈଠକିରେ ନିଷ୍ପତ୍ତି ନିଆଯାଇଛି।
ଏହି ସମୟରେ ସମସ୍ତ ବିଭାଗ ସମନ୍ଵୟରେ ରକ୍ଷା କରାଯାଇ ପାରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିିକ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି। ୪୦ ଜଣିଆ ଏନ୍ଏସ୍ଜି ଟିମ୍ ସହ ୨ କମ୍ପାନି ଓସାଫା ମଧ୍ୟ ନିୟୋଜିତ ହେବେ। ସେହିପରି ନୌସେନାଙ୍କୁ ମଧ୍ୟ ଅଧିକ ଆଲଟ୍ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଯେମିତି କୌଣସି ପ୍ରକାର ଗୁଜବ ନ ହୁଏ ସେ ନେଇ ପୁଲିସ୍ ସଚେତନ କରିବ। ହେଲା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜଣେ ଏଡିଜି ର୍ୟାଙ୍କ୍ର ଅଧିିକାରୀଙ୍କ ଦାୟିତ୍ୱ ଦିଆଯାଇଛି। ସହରକୁ ସିିସିଟିଭି ନଜରରେ ରଖିବା ପାଇଁ ମଧ୍ୟ ଯୋଜନା କରାଯାଇଛି। ଆଜି ଏହି ବୈଠକରେ, ସିଆରପିଏଫ୍, ଏନ୍ଡିଆରଏଫ୍, ଏସ୍ଓଜି, ଆରପିଏସ୍, ଆରପିଏଫ୍, ନାଭାଲ୍, କୋଷ୍ଟଗାର୍ଡ, ଗୁଇନ୍ଦାବିଭାଗ ସମେତ ବରିଷ୍ଠ ଅଧିିକରାରୀ ଉପସ୍ଥିତ ଥିଲେ।