ପୁରୀ ବାସେଳିସାହି ଗୁଳିମାଡ଼ ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ବିକ୍ଷୋଭ

0 30

କଟକ : ପୁରୀ ଜିଲ୍ଲା ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିରେ ଘଟିଥିବା ଗୁଳିମାଡ଼ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବି କରାଯାଇଛି। ଏସଂକ୍ରାନ୍ତରେ ଅଭିଯୋଗକାରୀମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ପରେ ଜିଲ୍ଲା ଏସ୍‌ପିଙ୍କୁ ମଧ୍ୟ ଘଟଣା ବିଷୟରେ ଅବଗତ କରାଯାଇଥିଲା। କିନ୍ତୁ କିଛି ଫଳ ନମିଳିବାରୁ ଆଜି ଗୋଖାସାହିର ଶତାଧିକ ଗ୍ରାମବାସୀମାନେ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ସତ୍ୟଭାମା ବେହେରାଙ୍କ ୪ଜଣ ପୁଅଙ୍କୁ ତାଙ୍କ ସହିର ଅନ୍ୟ ଜଣେ ବ୍ୟକ୍ତି ଲୋକଲଗାଇ ଗୁଳିମାଡ଼ କରିଥିଲା। ମଠ ଜମି ଜବରଦଖଲ ଘଟଣାରୁ ଏଭଳି ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି। ବାରମ୍ବାର ଗୁଳିମାଡ଼ କରୁଥିବାରୁ ପୁଲିସ୍‌ ସବୁକିଛି ଜାଣିଥିଲେ ବି ଚୁପ୍‌ ରହୁଛି। ତେଣୁ ସଂପୃକ୍ତ ଦୁର୍ବୃର୍ତ୍ତକୁ ସାହିରୁ ବାହାର କରିବା ତଥା ତା’ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସତ୍ୟଭାମା ବେହେରାଙ୍କ ସହ ତାଙ୍କ ଭାଇ ପ୍ରହଲ୍ଲାଦ ବେହେରା ଓ ଗ୍ରାମବାସୀମାନେ ବିକ୍ଷୋଭ କରିବା ପରେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.