ସରିଲା ବିଚ୍‌ କାର୍ଣ୍ଣିଭାଲ୍‌

ପୁରୀ : ସମୁଦ୍ରକୂଳରେ ଆୟୋଜିତ ଭାରତର ଦ୍ଵିତୀୟ ମେଗା ବିଚ୍‌ କାର୍ଣ୍ଣିିଭାଲ ଆଜି ଉଦ୍‌ଯାପିତ ହୋଇଛି। ସନ୍ଧ୍ୟାରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଣ୍ଟୁ, ଅନୀଷା, ଦେବଜାନୀ, ଅଙ୍କିତା ସ୍ୱରାଜ ଓ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ ମନମୁଗ୍ଧକର ହୋଇଛି। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନାଚ ସହ ଗୀତ ଦର୍ଶକଙ୍କୁ ଶେଷ ସନ୍ଧ୍ୟାରେ ବାନ୍ଧି ରଖିବାରେ ସଫଳ ହୋଇଥିଲା। ବଲିଉଡ଼୍‌ର ଦିବଙ୍ଗତ ଚର୍ଚ୍ଚିତ ନାୟିକା ଶ୍ରୀଦେବୀଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଶ୍ରେଷ୍ଠ ଫିଲ୍ମ ଭାବରେ ବଜରଙ୍ଗୀ ପୁରସ୍କୃତ ହୋଇଥିବାବେଳେ ନିର୍ଦ୍ଦେଶକ ଅଶୋକ ପତି, ସ୍କ୍ରିନ ପ୍ଲେ ଭରଦ୍ଵଜ ପଣ୍ଡା, ଡାଏଲଗ୍‌ ରଜନୀ ରଞ୍ଜନ, ମ୍ୟୁଜିକ୍‌ ଡାଇରେକ୍ଟର ପ୍ରେମାନନ୍ଦ, ଗୀତ ରଚନାରେ ସୁବ୍ରତ ସ୍ୱାଇଁ, ହିରୋ ଜ୍ୟୋତି ନାୟକ, ହିରୋଇନ ଝିଲିକ୍‌ ଭଟ୍ଟାଚାର୍ଯ୍ୟ, କମେଡ଼ିଆନ୍‌ ତ୍ରିଭୁବନ ପଣ୍ଡା, ନବାଗତା ସ୍ୱରାଜ ବାରିକ, ଶୀବାନି, ଭିଲେନ୍‌ ମନୋଜ ମିଶ୍ର, ସ୍ମାରକୀ ବବି ମିଶ୍ର, ସପୋର୍ଟିଂ(ପୁ) ଚୌଧୁରୀ ଜୟପ୍ରକାଶ ଦାସ, ସପୋର୍ଟିଂ(ମ)ପୁଷ୍ପା ପଣ୍ଡା, ଆଜୀବନ ଦେବୁ ବୋଷ, ଆର୍ଟ ଲିଙ୍କନ ପଟ୍ଟନାୟକ, ପ୍ରଡକ୍ସନ ମ୍ୟାନେଜର ଭାବେ ବିଜୟ ରଣା, ମେକଅପ୍‌ରେ ମାନୁ, କଷ୍ଟମ ସନ୍ତୋଷ ବେହେରା ପ୍ରଭୃତି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର