ବିଜେପି ଫୋକସରେ ପୁରୀ

ମୋଦୀଙ୍କ ପ୍ରାର୍ଥିତ୍ବ ନେଇ ଚର୍ଚ୍ଚା ହେଉଥିଲା,, ସାମ୍ନାକୁ ଆସିଲେଣି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପ୍ରକାଶଙ୍କୁ ନେଇ କସରତ ଆରମ୍ଭ, ପ୍ରାର୍ଥୀ ହୋଇପାରନ୍ତି

ପୁରୀ/ନୂଆଦିଲ୍ଲୀ : ୨୦୧୬ ଫେବ୍ରୁଆରିରେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ବଡଦାଣ୍ଡରେ େରାଡ୍ େସା କରିଥିଲେ। ଗତବର୍ଷ ସେପ୍ଟେମ୍ବରରେ ବିେଜପିର ମହିଳା ମୋର୍ଚା ରାଷ୍ଟ୍ରୀୟ ଅଧିବେଶନ ପୁରୀରେ େହାଇଥିଲା। ନିକଟରେ ଅନୁସୂଚିତ ଜନଜାତି େମାର୍ଚାର ଜାତୀୟ ଅଧିବେଶନ ପାଇଁ ମଧ୍ୟ ପୁରୀ ଆସିଥିଲା ଚର୍ଚ୍ଚାକୁ। ଏହା ବ୍ୟତୀତ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା େଯ ବିେଜପିର ଏକ େକାର୍ ଟିମ୍ ପୁରୀରେ ରହି ଅପରେସନ୍ କରୁଛନ୍ତି।

ଏସବୁକୁ ଆଧାର କରି ଗତବର୍ଷ ତମାମ ଚର୍ଚ୍ଚା େହାଇଛି େଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପୁରୀ ଆସନରୁ ଲଢିବେ। ଏହାଦ୍ବାରା ରାଜ୍ୟ ବିଜେପିର ଆଉ କିଛି ଉଦ୍ଦେଶ୍ୟ ସାଧନ ହୋଇଥାଉନା କାହିଁକି, ଓଡ଼ିଶା େଯ ପ୍ରଧାନମନ୍ତ୍ରୀଙ୍କ େଫାକସରେ ଅଛି, ଏଭଳି ଏକ ବାର୍ତା େଦଇଥିଲା ଦଳ।

ନିର୍ବାଚନ େଯତିକି ପାେଖଇ ଆସୁଛି, ରାଜନୈତିକ ଦୃଶ୍ୟପଟ୍ଟ ସେତିକି ଶୀଘ୍ର ପରିବର୍ତନ େହବାରେ ଲାଗିଛି। େମାଦୀ ପୁରୀରେ ଲଢିବେ େବାଲି ଆଉ ବିେଜପି େସତିକି େଜାରରେ କହୁନାହିଁ, ଯେମିତି ପୂର୍ବରୁ କହୁଥିଲା। ହେଲେ ପୁରୀ େଲାକସଭା ଆସନ େଯ ଦଳର େଫାକସ ରହିଛି, ଏକଥା େକଉଁଠି ନା େକଉଁଠି ବାରି େହଉଛି।

ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ନିକଟତମ େବାଲି କୁହାଯାଉଥିବା ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଆସନରୁ ପ୍ରାର୍ଥୀ େହବେ େବାଲି କଳ୍ପନାଜଳ୍ପନା ଆରମ୍ଭ େହାଇଗଲାଣି। ନିକଟରେ ଶ୍ରୀ ପାତ୍ର ସାକ୍ଷୀେଗାପାଳ ମନ୍ଦିର ଆସି େଗାପୀନାଥଙ୍କୁ ଦର୍ଶନ କରିଥିେଲ ଓ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବି। ଏହା ପରେ ସମ୍ବିତ ପୁରୀରେ ପ୍ରାର୍ଥୀ େହବା ଆେଲାଚନା ଅଧିକ େଜାର ଧରିଛି।

ଠିକ୍ ଏମିତି ସମୟରେ ଆଉ ଏକ ବଡ଼ ଖବର ମିଳିଲାଣି। ପୂର୍ବତନ ପୁଲିସ ମହାନିେର୍ଦଶକ ପ୍ରକାଶ ମିଶ୍ରଙ୍କୁ ପୁରୀେର ଛିଡା କରିବା ଲାଗି ବିେଜପି ହାଇକମାଣ୍ଡ ବିଚାର କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତା ୧୬ କିମ୍ବା ୧୭ ତାରିଖରେ ପ୍ରକାଶ ମିଶ୍ର ବିଧିବଦ୍ଧ ଭାବେ ଦିଲ୍ଲୀ ପୁଲିସ ମୁଖ୍ୟାଳୟରେ ବିେଜପିରେ େଯାଗଦାନ କରିବେ। ସେ ନିର୍ବାଚନ ଲଢିବାକୁ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ୧୬ ତାରିଖରେ ବିେଜପି େକନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରକାଶ ମିିଶ୍ରଙ୍କ ପ୍ରାର୍ଥିତ୍ବକୁ େମାହର ଲାଗିପାରେ।

ପୂର୍ବତନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକ ବିେଜଡିରେ ମିଶିଛନ୍ତି ଓ ବିେଜଡି ତାଙ୍କୁ ଭୁବନେଶ୍ବର େଲାକସଭା ଆସନରେ ପ୍ରାର୍ଥୀ କରିପାରେ େବାଲି କୁହାଯାଉଛି। ପ୍ରକାଶଙ୍କୁ ସାମ୍ନାକୁ ଆଣିବାକୁ ବିଚାର କରି ବିେଜପି ସମ୍ଭବତଃ ସଙ୍କେତ େଦଉଛି େଯ େସମାେନ ଏ େକ୍ଷତ୍ରରେ ପଛରେ ନାହାନ୍ତି। ତାଙ୍କ ନିକଟରେ ବି ଡିିଜି ପାହ୍ୟାର ପଦାଧିକାରୀ। ବରିଷ୍ଠ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦଳ ଭୁବନେଶ୍ବର ଆସନରୁ ପ୍ରାର୍ଥୀ କରିବା ଲାଗି କରିବା ଲାଗି ପାଗ ଭିଡିବା ପରେ ପ୍ରକାଶଙ୍କ ପ୍ରାର୍ଥିତ୍ବ ଚର୍ଚ୍ଚାକୁ େଗାଟିଏ ମହଲ ବିଶ୍ବାସ କରୁଛନ୍ତି।

ପ୍ରକାଶ ମିଶ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ େଦଖାେଦଇଥିବା ବିବାଦ େଖାଦ୍ ମୁଖ୍ୟମନ୍ତ୍ରୀଙ୍କୁ େଗାଟିଏ ସମୟରେ ଅଡୁଆରେ ପକାଇ େଦଇଥିଲା। ଏହି ପ୍ରସଙ୍ଗଟି ଜାତୀୟ ଗଣମାଧ୍ୟମରେ ମଧ୍ୟ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଏଥିରେ ଶ୍ରୀ ମିଶ୍ରଙ୍କୁ ସଫଳତା ବି ମିଳିଥିଲା। ଏଣୁ ପ୍ରକାଶ ପ୍ରାର୍ଥୀ େହଲେ, େସ ପ୍ରସଙ୍ଗ ଉଠାଇ ବିେଜପି ନିର୍ବାଚନ ସମୟରେ ବିେଜଡିକୁ ଅକଳରେ ପକାଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ େବାଲି ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଲଗାତର ଭାବେ ପୁରୀ ଆସନକୁ ବିେଜଡି ଦଖଲ କରି ଆସୁଛି। ପୂର୍ବତନ ସାଂସଦ ବ୍ରଜ କିେଶାର ତ୍ରିପାଠୀ ଏହି ଆସନରୁ ଜିତି େକନ୍ଦ୍ରରେ ଏକଦା ମନ୍ତ୍ରୀ େହାଇଥିଲେ। ୨୦୦୯ରେ କଂଗ୍ରେସରୁ ଆସି ପିନାକୀ ପ୍ରାର୍ଥୀ େହାଇଥିଲେ ଓ ବିେଜଡି-ବ୍ରଜ ସଂପର୍କ ତୁଟିଯାଇଥିଲା। ସେହିବର୍ଷ ପିନାକୀଙ୍କୁ ମିଳିଥିଲା ୪ ଲକ୍ଷ ୩୬ ହଜାର ୯୬୧ ଖଣ୍ଡ ଭୋଟ। ଅର୍ଥାତ୍‌ ମୋଟ୍‌ ପୁଲିଂର ୪୮.୦୧%। ତାଙ୍କ ପଛକୁ ରହିଥିଲେ କଂଗ୍ରେସର ଦେବେନ୍ଦ୍ର ମାନସିଂହ। ସେ ୨ ଲକ୍ଷ ୨୫ ହଜାର ୬୫୬ ଖଣ୍ଡ ଆର୍ଥାତ୍‌ ୨୪.୭୯% ଭୋଟ୍‌ ପାଇଥିଲେ। ତୃତୀୟରେ ରହିଥିଲେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବ୍ରଜ ତ୍ରିପାଠୀ। ସେ ୨ ଲକ୍ଷ ୯ ହଜାର ୨୮୭ ଖଣ୍ଡ ଅର୍ଥାତ୍‌ ୨୨.୯୯% ଭୋଟ୍‌ ପାଇଥିଲେ।

୨୦୧୪ରେ ମୋଦୀ ହାୱା ସତ୍ତ୍ବେ ବିଜେଡି ବାଜି ମାରି ନେଇଥିଲା। ପୂର୍ବାପେକ୍ଷା ବହୁ ଅଧିକ ଭୋଟ ପାଇଲା ଦଳ। ନବୀନଙ୍କ ନାମରେ ଭୋଟ୍‌ ବିଜେଡି ଆଡ଼କୁ ବର୍ଷିଥିଲା। ସେହି ବର୍ଷ ପିନାକୀ ମିଶ୍ର ୫ ଲକ୍ଷ ୨୩ ହଜାର ୧୬୧ ଖଣ୍ଡ ଭୋଟ୍‌ ପାଇ ଜିତିଥିଲେ। ୨୦୧୪ରେ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ବଦଳାଇ ଦେଲେ। କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କଲା। ସୁଚରିତା ଦ୍ବିତୀୟରେ ରହିଲେ। ସେ ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଥିଲେ ଅଶୋକ ସାହୁ। ସେ ୨ ଲକ୍ଷ ୧୫ ହଜାର ୭୬୩ ଖଣ୍ଡ ଭୋଟ ପାଇଥିଲେ।
ଇତିମଧ୍ୟରେ କଂଗ୍ରେସର ଟାଣୁଆ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେପିରେ ସାମିଲ୍‌ ହୋଇଛନ୍ତି। ଦଳ ଏଠାରେ ବିଧାୟକ ସଂଜୟ ଦାସବର୍ମାଙ୍କୁ କଡ଼ା ମୁକାବିଲା ଲାଗି େକ୍ଷତ୍ର ପ୍ରସ୍ତୁତ କଲାଣି। ଚିଲିକାରେ ଏବେ ବିେଜପି ବିଧାୟକ ଥିବା ବେଳେ ନୟାଗଡ, ସତ୍ୟବାଦୀ ଆସନରେ ବି ବିେଜପିର ଶକ୍ତି ବଢୁଛି। େଖାଦ୍ ବିେଜପି ମହିଳା ସଭାନେତ୍ରୀ ନିମାପଡାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଯଦି ବ୍ରଜ-ବିେଜପି ସଂପର୍କ ନିବିଡ ହୁଏ, ତେବେ ଆସନ୍ତା ଦିନରେ ପୁରୀରେ ବିେଜପି ବିେଜଡିକୁ ଟକ୍କର ଦେବ, ଏକଥାକୁ ଏଡାଇ ଦେଇ େହଉ ନାହିଁ।

ଏମିତିରେ ବି ମୋଦୀଙ୍କ ହାୱାକୁ ନେଇ ବିଜେପି ତାର ସଂଗଠନ ତୃଣମୂଳସ୍ତରରେ ବୃଦ୍ଧି କରିପାରିଛି। ପଞ୍ଚାୟତ ନିର୍ବାଚନରେ ଦଳ ସପକ୍ଷରେ ପୂର୍ବାପେକ୍ଷା ଅଧିକ େଭାଟ ପଡିଥିଲା। ଅନ୍ୟପକ୍ଷରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ିଛି। କଂଗ୍ରେସର ମୂଳ ଲୋକମାନେ ଏବେ ବିଜେପି ଆଡ଼କୁ ଢ଼ଳୁଛନ୍ତି। ଏଭଳି ପରିସ୍ଥିତିରେ ପୁରୀ ରାଜ୍ୟ ରାଜନୀତିରେ ଆଗକୁ ବଡ଼ ଚର୍ଚ୍ଚା ପାଇଁ େଖାରାକ େଯାଗାଇପାରେ।

ସମ୍ବନ୍ଧିତ ଖବର