ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ସେବା ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି

ଚନ୍ଦ୍ରଶେଖରପୁର : ଅତିରିକ୍ତ ଯାତ୍ରୀ ଭିଡ଼କୁ ଏଡ଼ାଇବା ଏବଂ ପ୍ରତୀକ୍ଷାରେ ଥିବା ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୁରୀ ଓ ହବିବଗଞ୍ଜ ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ର ସେବା ଅବଧିକୁ ସେପ୍ଟେମ୍ବର ସାମ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛି। ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୫ଟା ୨୦ରେ ଛାଡ଼ୁଥିବା ୦୧୬୬୧ ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ସେବାର ଅବଧିକୁ ସେପ୍ଟେମ୍ବର ମାସ ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ପୁରୀଠାରୁ ପ୍ରତି ବୁଧବାର ପୂର୍ବାହ୍ନ ୧୧.୫୫ରେ ଛାଡ଼ୁଥିବା ୦୧୬୬୨ ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ୍‌ ସେବାର ଅବଧିକୁ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଟ୍ରେନ୍‌ରେ ୨ଟି ଏସି ଟାୟାର୍‌, ୧୦ଟି ସ୍ଲିପର କ୍ଲାସ୍‌, ୪ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଏବଂ ୦୨ଟି ଗାର୍ଡ଼ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବା ବେଳେ ଏହା ପୁରୀ ଓ ହବିବଗଞ୍ଜ ମଧ୍ୟରେ ଉଭୟ ଦିଗରୁ ଖୋର୍ଧା ରୋଡ୍‌, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ୍‌, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍‌, ସାଇଗଡ଼, ବିଳାସପୁର, କେନ୍ଦ୍ରାରୋଡ଼, ଅନୁପପୁର, ଶାହଦୋଲ, କଟନୀ ସାଉଥ, ଜବଲପୁର, ମିରସିଂହପୁର, ପିପାରିୟ, ଇଟାର୍ସି ଏବଂ ହୋସାଙ୍ଗବାଦ ଷ୍ଟେସନ୍‌ଗୁଡ଼ିକରେ ରହଣି କରିବ।

ସମ୍ବନ୍ଧିତ ଖବର