ଲକ୍ଷଲକ୍ଷ ଭକ୍ତଙ୍କ ଭାବନା ସହ ଖେଳ! ଆଜି ବି ଶ୍ରୀମନ୍ଦିରରେ ମିଳିଲା ନାହିଁ ମହାପ୍ରସାଦ

ପୁରୀ: ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନକୁ ଆଘାତ ଦେଇ ମଙ୍ଗଳବାର ବି ଶ୍ରୀମନ୍ଦିରରେ ମହାପ୍ରସାଦ ବନ୍ଦ କରିଦେଇଛନ୍ତି ସେବାୟତ । ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲିର ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦକୁ ଆଜି କୋଇଲି ବୈକୁଣ୍ଠରେ ପୋତି ଦିଆଯାଇଛି । ଶ୍ରୀମନ୍ଦିର ଆଗରେ ଧାରଣା ଦେଇ ସେବାୟତ ତୁରନ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନକୁ ଦାବି କରିଛନ୍ତି । ଗତକାଲି ଠାକୁରଙ୍କ ସେବାରେ ବଡ ଧରଣର ବିଭ୍ରାଟ ଦେଖାଦେଇଥିଲା । ଏପରିକି ରାତି ତମାମ ପହଡ ବି ପକାଇ ନଥିଲେ ସେବାୟତ । ଆଜି ମଧ୍ୟ ଏହି ବିବାଦର ସମାଧାନ ହୋଇପାରିନାହିଁ । ତେବେ ନୀତିକାନ୍ତି ଠିକ ସମୟରେ କରିବା ପାଇଁ ସହମତି ହୋଇଛି ।

ସିଂହଦ୍ୱାର ଆଗରେ ଧାରଣା ଦେଇ ସେବାୟତ ଜିଦ ଧରିଛନ୍ତି ପ୍ରଶାସନ ସେମାନଙ୍କୁ କ୍ଷତିପୂରଣ ଦେଉ ଏବଂ ଏଭଳି କ୍ଷତି ଯେଭଳି ଆଗକୁ ନହେବ ସେଥିପାଇଁ ପ୍ରତିଶୃତି ଦିଅନ୍ତୁ। ଏହି ବିବାଦ ଆରମ୍ଭ ହୋଇଛି ଓଡିଶା ହାଇକୋର୍ଟଙ୍କ ରାୟରୁ । ୧୬ ତାରିଖରେ ଜଗମୋହନ ଖୋଲିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଗର୍ଭଗୃହ ଭିତରକୁ ପାଳିଆ ସେବାୟତଙ୍କ ଛଡା ଆଉ କେହି ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ପାଳିଆ ସେବାୟତର ଅର୍ଥ ହେଉଛି ଯାହାର ପାଳି ଥିବ କେବଳ ସେହି ସେବାୟତ ହିଁ ଗର୍ଭଗୃହରେ ପ୍ରବେଶ କରିପାରିବେ । ଗର୍ଭଗୃହକୁ ଯିବା ପାଇଁ ହାଇକୋର୍ଟଙ୍କ କଟକଣାକୁ ଗ୍ରହଣ କରିପାରିନାହାନ୍ତି ସେବାୟତ । ତେଣୁ ସୋମବାର ଜଗମୋହନ ଖୋଲିବାକୁ ନେଇ ମଧ୍ୟ ନୀତିକାନ୍ତିରେ ବିଳମ୍ବ ହେଲା ଏବଂ ପରିସ୍ଥିତି ଏତେ ଉକ୍ରଟ ହେଲା ଯେ, ମହାପ୍ରଭୁ ଉପାସରେ ରହିଲେ ଏବଂ ରାତିତମାମ ପହଡ ମଧ୍ୟ ପଡିଲାନାହିଁ ।

ସମ୍ବନ୍ଧିତ ଖବର