ନାଟ ମଣ୍ଡପରୁ ପ୍ଲାଷ୍ଟର ଖସିବା ଘଟଣା : ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରୀ

ପୁରୀ : ଶୁକ୍ରବାର ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଲସ୍ତରା ଖସି ବାସନ୍ତୀ ସ୍ୱାଇଁ ନାମ୍ନୀ ଜଣେ ମହିଳା ଆହତ ହେବା ପରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ମନ୍ଦିର ଭିତରେ ଭକ୍ତ ଆହତ ହେବା ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆଜି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ପାଇଁ ନିଯୁକ୍ତି ପାଇଥିବା ଆମିକସ୍‌କ୍ୟୁରି ଏନ୍‌.କେ ମହାନ୍ତି ଶ୍ରୀମନ୍ଦିର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରେ ପଲସ୍ତରା ଛାଡିଥିଲା ତାହା ଦେଖିବା ପରେ ସେ ଏଏସ୍‌ଆଇ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ନାଟମଣ୍ଡପର କେଉଁ କେଉଁ ସ୍ଥାନରେ ତୁରନ୍ତ ମରାମତି ଆବଶ୍ୟକ ସେ ସଂପର୍କରେ ଏଏସ୍‌ଆଇ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ପ୍ରଦାନ କରିବାକୁ ଆମିକ୍ସକ୍ୟୁରୀ ଶ୍ରୀ ମହାନ୍ତି ଏଏସ୍‌ଆକୁ କହିଛନ୍ତି। ଏଏସ୍‌ଆଇ ପ୍ରତିନିଧି ଦଳ ଏହାର ପୁନଃ ଯାଞ୍ଚ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର