ପୁରୀ: ବୁଧବାର ସକାଳ ୬ଟା ଠାରୁ ବଡ଼ଦାଣ୍ଡର ଦୋଳବେଦୀ କୋଣରୁ କୌଣସି ଗାଡ଼ି ଆଉ ଆଗକୁ ଯାଇ ପାରୁ ନାହିଁ ଏବଂ ସେ ରାସ୍ତାରେ ଯାତାୟତ ମଧ୍ୟ ଏକ ତରଫା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରର ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।
ମଙ୍ଗଳବାର ଅପରାହ୍ଣରେ ପୁରୀ କଲେକ୍ଟର୍, ଏସ୍ପି ଓ ସ୍ଥାନୀୟ ବ୍ୟବସାୟୀମାନେ ଏକତ୍ର ହୋଇଥିବା ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ମନ୍ଦିର ଚାରିପଟେ ଏବଂ ଦୋଳବେଦୀ ନିକଟରେ ଗାଡ଼ି ପାର୍କିଙ୍ଗ୍ କରାଯାଇ ପାରିବ ନାହିଁ। ଏହାଛଡ଼ା ଏ ସବୁ ଅଞ୍ଚଳ ନୋ ଡ୍ରାଇଭିଙ୍ଗ୍ ଓ କୋ ବେଗର୍ (ଭିକାରି) ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି।
ଏ ଭଳି ନିଷ୍ପତ୍ତି ଯୋଗୁଁ ସେ ଅଞ୍ଚଳର ଉଠା ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡ଼ିଛି।