ପୁରୀ: ମୁଖ୍ୟମନ୍ତ୍ରୀଙ୍କ କାର୍‌ ଉପରକୁ ଟମାଟୋ ଫିଙ୍ଗିଲେ ବିକ୍ଷୋଭକାରୀ

ପୁରୀ: ଶୁକ୍ରବାର ପୂର୍ବାହ୍ନରେ ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌ ଉପରକୁ ଟମାଟୋ ଫିଙ୍ଗା ଯାଇଛି।

ପୁରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଅନ୍ତିମ ରଥଯାତ୍ରା ସମନ୍ଵୟ ବୈଠକରେ ଅଧ୍ୟକ୍ଷତା ମୁଖ୍ୟମନ୍ତ୍ରୀ ଯାଉଥିବା ବେଳେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା।

ବିକ୍ଷୋଭକାରୀ ଜନତାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଟମାଟୋ ଫିଙ୍ଗିଥିଲେ। ସେଠାରେ ମୁତୟନ ହୋଇଥିବା ପୁଲିସ ବିକ୍ଷୋଭକାରୀଙ୍କୁ ଧରି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର