ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପ୍ରସଙ୍ଗ : ସତ୍ୟପାଠ ଦାଖଲ ପାଇଁ ନୋଟିସ୍‌ ଜାରି; କେବଳ ସେବକ, ନିଯୋଗ ନୁହେଁ, ସର୍ବସାଧାରଣ ଦେଇ ପାରିବେ

ପୁରୀ : ସୁପ୍ରିମ କୋର୍ଟ ଶ୍ରୀମନ୍ଦିର ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ପୁରୀ ଜିଲ୍ଲା ଜଜ୍‌ଙ୍କୁ ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ ଆଧାରର ଆଜି ପୁରୀ ଜିଲ୍ଲା ଜଜ୍‌ ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ସର୍ବସାଧାରଣଙ୍କ ପାଖରୁ ସତ୍ୟପାଠ ଆହ୍ଵାନ କରିଛନ୍ତି। ଶ୍ରୀମନ୍ଦିରର ସେବକ, ନିଯୋଗ, ଭକ୍ତ ଓ ସର୍ବସାଧାରଣ ଶ୍ରୀମନ୍ଦିର ସଂପର୍କିତ ସମସ୍ୟା ଓ ଏ ନେଇ କିଛି ପ୍ରସ୍ତାବ ଥିଲେ ସତ୍ୟପାଠ ଦାଖଲ କରିପାରିବେ। ଉପଯୁକ୍ତ ପରିଚୟପତ୍ରର ପ୍ରମାଣ ଓ ଦସ୍ତଖତ ଥାଇ ଏହି ସତ୍ୟପାଠ ଦାଖଲ କରିପାରିବେ। ଜିଲ୍ଲା ଜଜ୍‌ ଚିଠି ନମ୍ବର ୧୯୪୬ ବଳରେ ଗତକାଲି ଏଭଳି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୋଟିସ୍‌କୁ ସାର୍ବଜନୀନ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ପୁରୀ ପୌର ସଂସ୍ଥା ଓ ସୂଚନା ଲୋକ ସଂପର୍କ ଅଧିକାରୀଙ୍କୁ ଦେଇଛନ୍ତି। ବିଭାଗୀୟ କର୍ତୃପକ୍ଷ ସେମାନଙ୍କ ନୋଟିସ୍‌ ବୋର୍ଡରେ ଲଗାଇବାକୁ ମଧ୍ୟ କହିଛନ୍ତି। ଜିଲ୍ଲା ଜଜ୍‌ଙ୍କ ଏ ପ୍ରକାର ବିଜ୍ଞପ୍ତି ପରେ ଶ୍ରୀମନ୍ଦିର ସମସ୍ୟା ଓ ପ୍ରସ୍ତାବକୁ ନେଇ ସତ୍ୟପାଠ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ସୁପ୍ରିମ କୋର୍ଟ ଶ୍ରୀମନ୍ଦିର ସଂପର୍କିତ ଏକ ମାମଲାର ବିଚାର କରି ଶ୍ରୀମନ୍ଦିରରେ ଭକ୍ତ ଭୋଗୁଥିବା ସମସ୍ୟା, ଶ୍ରୀମନ୍ଦିରରେ ଶୋଷଣ, ପରିଚାଳନା ତ୍ରୁଟି ଓ ଜଗନ୍ନାଥ ମନ୍ଦିର ପାଇଁ ଯଦି କିଛି ପ୍ରସ୍ତାବ ଥାଏ ଏହାର ଅନୁଧ୍ୟାନ କରି ଜୁନ୍‌ ୩୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ପୁରୀ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କୋର୍ଟ ଭକ୍ତଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଭକ୍ତ ଓ ସେବକମାନେ ଦେଉଥିବା ଦାନ ଅର୍ଥ ଦ୍ରବ୍ୟ କେବଳ ମହାପ୍ରଭୁଙ୍କ କାମରେ ଲାଗିବ ଓ ଏହାକୁ ସେବକ/କର୍ମଚାରୀ ନେଇପାରିବେ ନାହିଁ। ଏଥିସହିତ ସେବକ/କର୍ମଚାରୀ ସେମାନଙ୍କ ପ୍ରାପ୍ୟ ପାଉଣା କର୍ତୃପକ୍ଷଙ୍କ ଠାରୁ ପାଇପାରିବେ ବୋଲି ସ୍ପଷ୍ଟ କରିଥିଲେ। ସେହିଭଳି ସ୍ୱଚ୍ଛତା ଓ ଜବରଦଖଲ ପ୍ରସଙ୍ଗକୁ ଗୁରୁତ୍ଵ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗତ ୧୧ ତାରିଖରେ ପୁରୀ ଜିଲ୍ଲା ଜଜ୍‌ ଅମ୍ବୁଜ ମୋହନ ଦାସ ଶ୍ରୀନ୍ଦିର କାର୍ଯ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏପରିକି ସେଦିନ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ତେବେ ଦାନ ଦକ୍ଷିଣାକୁ ନେଇ ନିଯୋଗ ସେବାୟତମାନେ ସେମାନଙ୍କ ମତ ସତ୍ୟପାଠ ଜରିଆରେ ଜଣାଇକୁ ଆଲୋଚନା ହୋଇଥିଲା। ମାତ୍ର ଆଜି ସତ୍ୟପାଠ କେବଳ ନିଯୋଗ, ସେବାୟତ ନୁହେଁ ବରଂ ସର୍ବସାଧାରଣ ଲୋକ ମଧ୍ୟ ଦେଇପାରିବେ ବୋଲି ସ୍ପଷ୍ଟ ହୋଇଛି।

ସବୁ ନିଯୋଗକୁ ସାବଧାନ କଲା ଶ୍ରୀମନ୍ଦିର ପ୍ରଶାସନ : ଦାନ ଆଉ ଗ୍ରହଣ କରନା, ସ୍ୱଚ୍ଛନ୍ଦ ଦର୍ଶନରେ ଦେଇପାରିବନିି ବାଧା, ଦାନ ପାଇଁ କରିପାରବନି ବାଧ୍ୟ

ପୁରୀ : ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଦେଉଥିବା ଦାନ ଦକ୍ଷିଣା ସେବକ/କର୍ମଚାରୀ ଗ୍ରହଣ କରିପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜି ଏ ନେଇ ସମସ୍ତ ନିଯୋଗକୁ ଚିଠି କରିଛି। ଦାନ ଆଉ ଗ୍ରହଣ ନ କରିବାକୁ ସବୁ ନିଯୋଗକୁ ମନ୍ଦିର ପ୍ରଶାସନ ସାବଧାନ କରିଛି।

ଚିଠିରେ ମନ୍ଦିର ପ୍ରଶାସନ ଭକ୍ତଙ୍କ ଦ୍ଵାରା ଅର୍ପଣ କରାଯାଉଥିବା ଦାନ,ଦ୍ରବ୍ୟ ଅଳଙ୍କାର ଗ୍ରହଣ ନ କରିବାକୁ ନିଯୋଗମାନଙ୍କୁ ସାବଧାନ ହେବାକୁ ନିର୍ଦ୍ଦେଶ ଦେଇଛି। ଏପରିକି କୌଣସି ଭକ୍ତଙ୍କୁ ଦ୍ରବ୍ୟ, ଅର୍ଥ କିମ୍ବା ଅଳଙ୍କାର ସମର୍ପଣ କରିବାକୁ ମନ୍ଦିର ଭିତରେ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ଏଥିସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେବକ, ସହଗାମୀ ଓ କର୍ମଚାରୀ ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ଶ୍ରୀଜିଉଙ୍କ ସ୍ୱଚ୍ଛନ୍ଦ ଦର୍ଶନରେ ବାଧା ଦେଇପାରିବେ ନାହିଁ ବରଂ ସେମାନଙ୍କ ଉତ୍ତମ ଦର୍ଶନରେ ସହଯୋଗ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଆଜି ଚିଠି ନଂ ୬୧୩୬ ବଳରେ ଏହି ନୋଟିସ୍‌ ସମସ୍ତ ନିଯୋଗକୁ ପଠାଇଦିଆଯାଇଛି। ଏ ସଂପର୍କରେ ସଂପୃକ୍ତ ନିଯୋଗମାନେ ସେମାନଙ୍କ ନିଯୋଗ ସଭ୍ୟକୁ ଅବଗତ କରିବାକୁ କୁହାଯାଇଛି।

ପ୍ରକାଶଥାଉକି, ମାନ୍ୟବର ସୁପ୍ରିମକୋର୍ଟଙ୍କ ଡବ୍ଲୁପି(ସି) ନଂ-୬୪୯/୨୦୧୮ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଗତ ୮ ତାରିଖ ଦିନ ଶ୍ରୀମନ୍ଦିରରେ ସେବକମାନେ ଦାନ ଦକ୍ଷିଣା ଓ ଦ୍ରବ୍ୟ ଗ୍ରହଣ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମନ୍ଦିରରେ ଦାନ ସ୍ମୃତି ଫଳକ ମନା: ଆଉ ବସିବନି ମାର୍ବଲ ପ୍ଲେଟ୍‌

ପୁରୀ : ପୁରୁଷ ପୁରୁଷ ଧରି ଚଳି ଆସୁଥିବା ଦାନ ସ୍ମୃତି ଫଳକ ଉପରେ ଶ୍ରୀମନ୍ଦିର ପ୍ରଶାସନ ଏବେ କଟକଣା ଜାରି କରିଛି। ମନ୍ଦିର ପରିସରରେ ସ୍ଥାନା ଭାବ ଯୋଗୁଁ ପ୍ରଶାସନ ଏ ପ୍ରକାର ନିଷ୍ପତ୍ତି ହୋଇଛି। ଫଳରେ ଭକ୍ତମାନେ ନିଜର ସ୍ୱର୍ଗତ ପିତା-ମାତା ସଂପର୍କୀୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିଆଯାଉଥିବା ମାର୍ବଲ ସ୍ମୃତି ଫଳକ ଆଉ ଶ୍ରୀମନ୍ଦିର ପରିସରସ୍ଥ ଚଟାଣରେ ଲାଗି ପାରିବ ନାହିଁବୋଲି ଜଣାପଡିଛି। ଗତ ପରିଚାଳନା ବୈଠକରେ ନିଷ୍ପତ୍ତି ହେବା ପରେ ମନ୍ଦିର ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିଛି।

ସମ୍ବନ୍ଧିତ ଖବର