ଶ୍ରୀମନ୍ଦିରରେ ଆଜି ପଇତା ଲାଗି: ୩ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ମହାପ୍ରଭୁଙ୍କର ପଇତା ଲାଗି ହେବାକୁ ଯାଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ସାଧାରଣ ଦର୍ଶନ ହେବ ନାହିଁ। ଅପରାହ୍ନ ୩ଟାରୁ ପାଖାପାଖି ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଶ୍ରୀଅଙ୍ଗ ସେବା ହୋଇଥିବାରୁ ଦଇତାପତି ସେବକମାନେ ଏହି ସେବା ସମ୍ପନ୍ନ କରିବେ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ଗର୍ଭଗୃହରେ ପ୍ରବେଶ କରିବା ପରେ ରତ୍ନ ସିଂହାସନ ଚଢ଼ି ମହାପ୍ରଭୁମାନଙ୍କର ପଇତା ଲାଗି କରିବେ। ବାସୁଙ୍ଗା ପାଟରେ ନିର୍ମିତ ପଇତା ଲାଗି ହେବା ପରେ ପୁଣି ଥରେ ନୀତି ଆରମ୍ଭ ହେବ। ସାଧାରଣ ଭକ୍ତମାନେ ପୂର୍ବବତ୍‍ ଦର୍ଶନ କରିବା ସୁଯୋଗ ପାଇବେ। ଏହି ପଇତାଲାଗି ସେବା ବର୍ଷରେ ୩ରୁ ୪ ଥର ହୋଇଥାଏ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର