ସ୍ବର୍ଗଦ୍ବାର ଜମି ଜବର ଦଖଲ ଅଭିଯୋଗ : ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ

କଟକ : ପୁରୀ ସ୍ବର୍ଗଦ୍ବାର ଜମି ଜବରଦଖଲ ପ୍ରସଂଗରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ଶୁଣାଣି କରି ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ବର୍ଗଦ୍ବାର ଜମି ଜବର ଦଖଲ ପ୍ରସଂଗରେ ଆବେଦନକାରୀ ବିସ୍ତୃତ ଭାବେ ଲିଖିତ ଅଭିଯୋଗ ଦାଖଲ କରିବେ। ଏହା ପରେ ପୁରୀ ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ଅଭିଯୋଗର ଶୁଣାଣି କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘାସିରାମ ବର୍ମା, ତାପସ କୁମାର ଦ୍ବିବେଦୀ ଓ ସୁନୀଲ ବର୍ମା ମାମଲା ପରିଚାଳନା କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ବର୍ଗଦ୍ବାର ଜମି ଜବରଦଖଲ କରାଯାଇ ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ବ‌ାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ସ୍ବର୍ଗଦ୍ବାର ଜମି ଜବରଦଖଲମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରି ନଥିଲା। ଏପରି ପରିସ୍ଥିତିରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର