ରତ୍ନଭଣ୍ଡାର ଯାଞ୍ଚ୍‌ ହେଲେ ଯାଇ ନାଟ୍ୟମଣ୍ଡପ ମରାମତି ହେବ: ମନ୍ଦିର ପ୍ରଶାସନ

ପୁରୀ: ଜଗମୋହନ ମରାମତି ମାମଲାରେ ଆସିଛି ନୂଆମୋଡ଼। ଜଗମୋହନ ମରାମତି ମାମଲା ନେଇ ଗୁରୁବାର ମନ୍ଦିର ପ୍ରଶାସନ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଛି। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପରେ ହିଁ ନାଟ୍ୟମଣ୍ଡମ ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୧୯ ତାରିଖରେ ଜଗମୋହନ ମରାମତି ମାମଲା ନେଇ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ୍‌ ନହେବା ଯାଏ ନାଟ୍ୟମଣ୍ଡପ ମରାମତି କାର୍ଯ୍ୟ ହେବ ନାହିଁ। ପ୍ରଥମେ ରତ୍ନଭଣ୍ଡାର ଯାଞ୍ଜ ହେଲା ପରେ ଯାଇ ନାଟ୍ୟମଣ୍ଡପ ମରାମତି ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ହାଇକୋର୍ଟ ୨୨ ତାରିଖ ମଧ୍ୟରେ ନାଟ୍ୟମଣ୍ଡପର ସ୍ଥିତି ସଂପର୍କରେ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଜାଣି ରଖନ୍ତୁ ଯେ ଆଜକୁ ପ୍ରାୟ ୩୪ ବର୍ଷ ତଳେ ରତ୍ନଭଣ୍ଡାର ଖୋଲା ଯାଇଥିଲା।

ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ୍‌ଜୀବୀ ତଥା ସାମାଜିକ କର୍ମୀ ପିପୁ ପଟ୍ଟନାୟକ ପ୍ରତିବାଦ କରି ମନ୍ଦିର ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର