ତେଜୁଛି ସେବାୟତଙ୍କ ଅସନ୍ତୋଷ : ଇଚ୍ଛାମୃତ୍ୟୁ ପାଇଁ ଧମକ୍‌

ପୁରୀ : ଶ୍ରୀମନ୍ଦିରରେ ଦାନ ଦକ୍ଷିଣାରେ ରୋକ୍‌ ଲାଗିବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏହାମଧ୍ୟରେ ସେବାୟତମାନେ ଦୁଇ ଥର ଧାରଣା ଓ କ୍ରାନ୍ତି ଶୋଭାଯାତ୍ରା କରି ସାରିଲେଣି। ଆଜି ଶ୍ରୀମନ୍ଦିରରେ ଦାମୋଦର ମହାସୁଆର ନାମକ ଜଣେ ସେବାୟତଙ୍କ ହାତଲେଖା ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ଏହି ପୋଷ୍ଟରରେ ଇଚ୍ଛାମୃତ୍ୟୁ ଲୋଡ଼ିଛନ୍ତି।

ଏହି ପୋଷ୍ଟରରେ ଶ୍ରୀ ମହାସୁଆର ସେବାୟତଙ୍କ ଦୁଃଖ ବଖାଣିବା ସହ ଶ୍ରୀମନ୍ଦିରକୁ ନେଇ ଚାଲିଥିବା ଚକ୍ରାନ୍ତ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ରତ୍ନଭଣ୍ଡାର ଚାବି ସଂପର୍କିତ ମୂଳ ମାମଲାକୁ ଚାପି ଦେଇ ସେବାୟତଙ୍କୁ ତଳିତଳାନ୍ତ କରିବାକୁ ଉଦ୍ୟମ କରାଯାଉଛି। କିଛି ଅଫିସର ଜାଣିଶୁଣି ଶ୍ରୀମନ୍ଦିରକୁ ବିବାଦ ଭିତରକୁ ଟାଣିଛନ୍ତି। ପ୍ରାପ୍ୟ ପାଉଣା ଓ ଅନ୍ୟ ପ୍ରସଙ୍ଗ ସଂକ୍ରାନ୍ତରେ ବିଚାର କରିବାକୁ ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ବାରମ୍ବାର ଅନୁରୋଧ କରି ଆସୁଥିଲେ ହେଁ ତାକୁ ଏଡ଼ାଇ ଦିଆଯାଉଛି ଏହି ହାତଲେଖା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର