ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। ଫନି ପରବର୍ତ୍ତୀ ରିଲିଫ, ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ନବୀନ ଏହା କହିଛନ୍ତି। ପୁରୀ ସର୍କିଟ ହାଉସ୍ରେ ସମୀକ୍ଷା କରି ବ୍ୟାପକ କ୍ଷୟକ୍ଷତି ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ପୁରୀକୁ ପୁନନିର୍ମାଣ କରାଯାଇ ଏହାକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଜିଲ୍ଲା ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ପୁରୀ ଗସ୍ତ ଅବସରରେ କହିଛନ୍ତି, ପ୍ରତି ପରିବାରୁ ମାଗଣାରେ ଅଢେଇ ଲିଟର କିରାସିନି ମିଳିବ। ଏହା ପ୍ରତି ୧୦ ଦିନରେ ଥରଟିଏ ଦିଆଯିବ। ସେହିପରି ପ୍ରତି ପରିବାରକୁ ୫୦ କିଲୋ ଚାଉଳ ମିଳିବ। ଉପଭୋକ୍ତା ନିଜର ରାସନ କାର୍ଡ ଦେଖାଇ ଚାଉଳ ନେଇ ପାରିବେ। ସେହିପରି ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ବଣ୍ଟନ ହେବ। ସମୀକ୍ଷା ବୈଠକରେ ନବୀନ କହିଛନ୍ତି, ବାତ୍ୟାରେ ପୀଡ଼ିତ ଲୋକଙ୍କୁ ୧୦ ଲକ୍ଷ ମହମବତୀ ମାଗଣାର ବିତରଣ କରାଯିବ।
ପୁରୀ ଜିଲ୍ଲାକୁ ବିଦ୍ୟୁତ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବଦ୍ୟୁତ ଭିତ୍ତିଭୂମି ଠିକ କରିବା ପାଇଁ ଜିଲ୍ଲାରେ ୧୦ ହଜାର ଲୋକ କାମ କରୁଛନ୍ତି। ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ ଯୋଗାଣ କରାଯିବ। ପୁରୀକୁ ବିଦ୍ୟୁତ ଯୋଗାଉଥିବା ୩ଟି ଲାଇନ ନଷ୍ଟ ହୋଇଛି। ଏଥିରୁ ଆଜି ଗୋଟିକୁ ଠିକ କରାଯାଇଛି।