ପୁରୀ: ପାପୁଲିରେ ବନସି କଣ୍ଟା ପଶି ଦୁଇ ପର୍ଯ୍ୟଟକ ଆହତ

ପୁରୀ: ଗୋଲ୍‌ଡେନ୍‌ ବିଚ୍‌ରେ ସମୁଦ୍ର ସ୍ନାନ କରୁଥିବାବେଳେ ପାପୁଲିରେ ବନସି କଣ୍ଟା ପଶି ଯିବାରୁ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତ ପର୍ଯ୍ୟଟକ ଦ୍ୱୟ ହେଉଛନ୍ତି ରଣଜୀତ କୁମାର ଏବଂ କୁମାର କୁନ୍ଦନ। ଉଭୟ ଝାଡ଼ଖଣ୍ଡରୁ ଆସିଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଥିଲା। ପ୍ରାଥମିକ ଚିକିତ୍ସା କରାଯାଇ ସେମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର