ପୁରୀ ହିଂସା ଘଟଣାରେ ପୁଣି ୬ ଗିରଫ

ପୁରୀ : ପୁରୀ ହିଂସା ଘଟଣାରେ ଆଜି ସିଂହଦ୍ବାର ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାକୁ ମିଶାଇ ପୁଲିସ ଅଦ୍ୟାବଧି ୯୨ ଜଣଙ୍କୁ ଏହି ଘଟଣାରେ ଗିରଫ କରି ସାରିଲାଣି। ଆଜି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲୋକନାଥ ରୋଡ୍‌ ରାଜା କଲୋନୀରେ ରହୁଥିବା ପଶ୍ଚିମବଙ୍ଗ ନିବାସୀ ମିହିର ମହାନ୍ତ (୪୫), ଦାଣ୍ଡିମାଳ ସାହିର କାଳନ୍ଦୀ ଚରଣ ପଣ୍ଡା (୪୬), ଦକ୍ଷିଣକାଳି ଖଜାପଟି ନିକଟରେ ରହୁଥିବା ବାଣପୁର ଥାନା ଶ୍ରୀନିବାସପୁର ଗ୍ରାମର ସନ୍ତୋଷ ପଟ୍ଟନାୟକ (୩୮), ମାର୍କଣ୍ଡେଶ୍ବର ସାହିର କୈବଲ୍ୟ ସାହୁ (୨୨), ମଣିକର୍ଣ୍ଣିକା ସାହିର ସତ୍ୟନାରାୟଣ ଗୁରୁ (୩୫) ଓ ବାସେଳି ସାହି ବାନାମ୍ବର ମନ୍ଦିର ନିକଟରେ ରହୁଥିବା ନାରାୟଣ ବେହେରା (୩୦)। ଗତ ୩ ତାରିଖ ପୁରୀ ବନ୍ଦ ପାଳନ ବେଳେ ଏମାନେ ଭଙ୍ଗାରୁଜା କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର