ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଦୁଇ କୋଟିରୁ ଅଧିକ

ପୂର୍ବ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ବର୍ତ୍ତମାନ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପୁଷ୍ପେନ୍ଦ୍ରଙ୍କ ଆୟ ୮ଲକ୍ଷ ୫୫ ହଜାର ୬୪ ଟଙ୍କା ଥିବା ବେଳେ ତାଙ୍କ ସ୍ତ୍ରୀ ପଦ୍ମା ସିଂହଦେଓଙ୍କ ବାର୍ଷିକ ଆୟ ୪ଲକ୍ଷ ୫୩ ହଜାର ୯୮୮ ଟଙ୍କା ଅଟେ। ୨୦୧୪ ନିର୍ବାଚନ ବେ‌ଳେ ପୁଷ୍ପେନ୍ଦ୍ରଙ୍କ ଆୟ ୩ଲକ୍ଷ ୬୦ ହଜାର ୩୩୭ ଟଙ୍କା ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଆୟ ୨ଲକ୍ଷ ୯୦ ହଜାର ୮୫୮ ଟଙ୍କା ଥିଲା। ବର୍ତ୍ତମାନ ପୁ‌ଷ୍ପେନ୍ଦ୍ରଙ୍କ ପାଖରେ ହାତ ଜମା ୨ଲକ୍ଷ ୨୦ ହଜାର, ୮୦ ଗ୍ରାମ ସୁନା ଥିବା ବେ‌ଳେ ସମୁଦାୟ ଅସ୍ଥାବର ସମ୍ପତ୍ତି ୩୩ଲକ୍ଷ ୮ ହଜାର ୬ଟଙ୍କା ଓ ତାଙ୍କ ପତ୍ନୀଙ୍କ ପାଖରେ ୨ଲକ୍ଷ ୧୦ ହଜାର ଟଙ୍କା ହାତଜମା, ୬୨୦ ଗ୍ରାମ ସୁନା ଥିବା ବେଳେ ୫୫ଲକ୍ଷ ୭୫ ହଜାର ୩୯୫ ଟଙ୍କା ଅସ୍ଥାବର ସମ୍ପତ୍ତି ରହିଛି। ସେହିଭଳି ପୁଷ୍ପେନ୍ଦ୍ରଙ୍କ ପାଖରେ ଜୟପାଟଣା ରିଷିଗାଁରେ ୧୧ଏକର ୨୭ଡିସିମିଲ ଓ ଭବାନୀପାଟଣାରେ ୨୨୦ ଡିସିମିଲ ଜମି ରହିଛି। ସମୁଦାୟ ୧ କୋଟି ୬୪ ଲକ୍ଷ ୪୦ ହଜାର ଟଙ୍କା ସ୍ଥାବର ସମ୍ପତ୍ତି ରହିଛି। ଜୟପାଟଣା ବିସିସି ବ୍ୟାଙ୍କରେ ଦେଢ଼ଲକ୍ଷ ଟଙ୍କାର ଋଣ ରହିଛି।

ସମ୍ବନ୍ଧିତ ଖବର