୫ ଲକ୍ଷ ଦେଲେ ୫୦ କୋଟି ପାଇବେ,ଏଭଳି ଢଙ୍ଗରେ ଲୋକଙ୍କ ଠାରୁ ପ୍ରାୟ ୫ ହଜାର କୋଟି ଟଙ୍କା ଲୁଟି ନେଲା ମଲଟି ଲେଭଲ୍ ମାର୍କେଟିଂ କମ୍ପାନୀ “କ୍ୟୁନେଟ୍’’

ଓଡ଼ିଶାରୁ ହୋଇଛି ପ୍ରାୟ ୧୦ କୋଟିର କଳା କାରବାର

ଭୁବନେଶ୍ୱର : କିଛି ବର୍ଷରେ କୋଟିପତି ହେବାର ମୋହ ଦେଖାଇ ଜଣକୁ ଠକ । ସେ ଆଉଜଣକୁ ଠକୁ । ଏମିତି କାରବାର ଚଳାଇଥିଲା ମଲଟି ଲେଭଲ୍ ମାର୍କେଟିଂ କମ୍ପାନୀ “କ୍ୟୁନେଟ୍’’ । ୨୧ ବର୍ଷ ତଳେ ହଂକଂରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଭାରତରେ ୮ ବର୍ଷ ତଳେ “ବିହାନ ଡାଇରେକ୍ଟ ସେଲିଂ କମ୍ପାନୀ’’ ନାଁରେ ଏକ ଫ୍ରାଞ୍ଚାଇଜ୍ ଖୋଲି ଦେଶର ଲକ୍ଷାଧିକ ଲୋକଙ୍କୁ ଠକିଥିବା ବେଳେ ପ୍ରାୟ ୫ ହଜାର କୋଟି ଟଙ୍କା ଲୁଟି ନେଇଛି । ଏହି କମ୍ପାନୀ ଓଡ଼ିଶାରେ ବି ପ୍ରାୟ ହଜାର ଲୋକଙ୍କଠାରୁ ୧୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ତେବେ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା କେବଳ ତଳତଳିଆ ୩ଜଣ ଏଜେଣ୍ଟଙ୍କୁ ଗିରଫ କରିପାରିଛି ।

“କ୍ୱିନେଟ୍’’ର ଭାରତରେ ଫ୍ରାଞ୍ଚାଇଜ ନେଇଥିବା “ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ’’ର ରଙ୍ଗାରଙ୍ଗ ଉତ୍ସବ । ଏଭଳି ଉତ୍ସବ କେବେ ମାଲେସିଆରେ ହୁଏ ତ ପୁଣି କେବେ ଆରବରେ । ରଂଗାରଂଗ ପ୍ରୋଗ୍ରାମ୍ ଓ ଅନିଲ କାପୁର, ଶାହରୁଖ ଖାଁ ଓ ଜ୍ୟାକି ଶ୍ରଫଙ୍କ ଭଳି ସେଲିବ୍ରିଟି କମ୍ପାନୀର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଲୋକଙ୍କୁ କିଛି ଅତ୍ୟନ୍ତ ଦାମୀ ପ୍ରଡକ୍ଟ ବା ସାମଗ୍ରୀ ବିକ୍ରି କରିବା ପାଇଁ ସ୍ୱପ୍ନ ଦେଖାଇ ଦିଆଯାଏ । ୫ ଲକ୍ଷ ଦିଅ ଆଉ ଲୋକଙ୍କୁ ଯୋଡ଼ି ଚାଲ-ଏଭଳି ସ୍ଲୋଗାନରେ ୫ ବର୍ଷରେ ୫୦ କୋଟିର ମାଲିକ ହୋଇପାରିବ ବୋଲି ସ୍ୱପ୍ନ ଦେଖାଇ ଦିଆଯାଏ । ଭାରତରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟରେ ସ୍ଥାନିତ ୩୭୮ଟି ଡାଇରେକ୍ଟ ସେଲିଂ କମ୍ପାନୀରେ ଅନ୍ତର୍ଭୁକ୍ତ ନଥାଇ ବି ଭାରତରେ ୮ ବର୍ଷ ହେଲା ବେପାର କରେ ଏହି କମ୍ପାନୀ । ଆଉ ଏହି କମ୍ପାନୀରେ ୫/୧୦/୨୦ ଲକ୍ଷ ଟଙ୍କା ନିବେଶ କରି ହାଇଦ୍ରାବାଦ, ବେଙ୍ଗାଲୁର ଓ ଚେନ୍ନାଇରେ କିଛି ସଫଟୱେର ଇଂଜିନିୟର ମଧ୍ୟ ଆତ୍ମହତ୍ୟା କରିବାର ଖବର ଆସେ ।

ସମ୍ବନ୍ଧିତ ଖବର