ରେଡିଓ ଚକଲେଟ୍‌ର ଶ୍ରୋତା ସମ୍ମିଳନୀ

ଭୁବନେଶ୍ବର : ରେଡିଓ ଚକଲେଟ୍‌ର ଶ୍ରୋତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ରେଡିଓ ଚକଲେଟ୍‌କୁ ଭଲ ପାଉଥିବା ନିୟମିତ ଶ୍ରୋତାମାନଙ୍କୁ ନେଇ କଟକ ବିଡ଼ାନାସୀସ୍ଥିତ ସେବା ଶିକ୍ଷା ନିକେତନ ଅନୁଷ୍ଠିତ ଏହି ସମ୍ମିଳନୀରେ ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଏକାଧିକ ଶ୍ରୋତା ଯୋଗ ଦେଇଥିଲେ। ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର, ଲୋକପ୍ରିୟ ଆର୍.ଜେ୍. ଅନିଲ୍ ଏବଂ କଣ୍ଟେନ୍ ହେଡ୍ ଗୁରୁ ଶତପଥୀ ଉପସ୍ଥିତ ଥିଲେ। ଆର୍‌ଜେ ସଂଗ୍ରାମ ରେଡିଓ ଚକଲେଟ୍‌ର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ସମ୍ମିଳନୀରେ ରେଡିଓ ଚକଲେଟ୍‌ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହିତ କିଛି ନୂତନ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନେ ପ୍ରସ୍ତାବ ଦେଇଥିଲେ। କିପରି ଭାବରେ ରେଡିଓ ଚକଲେଟ୍‌ ଅଧିକରୁ ଅଧିକ ଶ୍ରୋତାଙ୍କ ମନୋରଞ୍ଜନ କରିପାରିବ ସେ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ଜିତନ୍ ସେଠୀ, ଦୁର୍ଯ୍ୟୋଧନ ପାତ୍ର, ସଂଗ୍ରାମ ପାତ୍ର, ନାରାୟଣ ପ୍ରଧାନ, ପ୍ରଦୀପ୍ତ କୁମାର ବଳ, ସୁମନ୍ତ ରାଉତ, ମନୋଜଦେବ କପିଳ ଦାସ, ଅଜୟ କୁମାର ମହାନ୍ତି, ବୀର କିଶୋର ପୃଷ୍ଟି, ନିହାର ରଂଜନ ନାୟକ, ସନ୍ଧ୍ୟାରାଣୀ ବିଶ୍ୱାଳ, ପ୍ରଭାସିନୀ ସାହୁ, ସେଲିନା ନାୟକ, ଶଶିକାନ୍ତ ବାରିକ, ବାବନ ଚନ୍ଦ୍ର ପାଲ୍, ଦେବେନ୍ଦ୍ର ରାଉଳ, ଅରୁଣ କୁମାର ରଥ, ବାମଦେବ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ରେଡିଓ ଚକଲେଟ୍‌ର ଏହି ସମ୍ମିଳନୀରେ ସହଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳର ଅଭିନେତା ଶିବ ଶଙ୍କର ମହାପାତ୍ର ଏବଂ ଜିତନ୍ ସେଠୀ ଓ ଦେବେନ୍ଦ୍ର ରାଉଳ ଆୟୋଜନର ଦାୟିତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର