ରେଡିଓ ଚ୍‌କ୍‌ଲେଟ୍‌ ଆପ୍‌

ଭୁବନେଶ୍ୱର : ପବିତ୍ର ଗଣେଶ ପୂଜାରେ ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌.ଏମ୍‌. ଆପ୍‌ର ଘୋଷଣା ହେବା ପରଠାରୁ ଓଡ଼଼ିଶା ଏବଂ ଦେଶ ବିଦେଶରେ ଓଡ଼଼ିଆ ଗୀତ ଏବଂ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଲୋକଙ୍କ ମଧ୍ୟରେ ଖୁସି କହିଲେ ନସରେ । ଗୋଟିଏ ଆପ୍‌ରେ ୬ଟି ରେଡିଓ ଷ୍ଟେସନ୍‌କୁ ଉପଭୋଗ କରିବାର ମଜା ଶ୍ରୋତଙ୍କ ଖୁସିକୁ ଦୁଇଗୁଣ କରିଦେଇଛି। ଆପ୍‌ର ରେଟିଙ୍ଗ ଏବଂ ମତାମତରୁ ଲୋକମାନଙ୍କର ଉତ୍ସାହ ସଂପର୍କରେ ଜାଣି ହେଉଛି। ତେବେ ପ୍ଲେ ଷ୍ଟୋର୍‌ରେ ରେଡିଓ ଚକ୍‌ଲେଟ୍‌ର ନାମରେ ଅନେକଗୁଡ଼ିଏ ଫେକ୍‌ ଆଇଡି ଥିବାରୁ ଭ୍ରମ ସୃଷ୍ଟି ହେଉଛି ଏବଂ ଶ୍ରୋତାମାନେ ଭୁଲ ବଶତଃ ଫେକ୍‌ ଆପ୍‌ ସବୁ ଡାଉନ୍‌ଲୋଡ୍‌ କରି ଦେଉଛନ୍ତି, ଏଥିପାଇଁ ଅଫିସିଆଲ୍‌ ରେଡିଓ ଚକ୍‌ଲେଟ୍‌ ଆପକୁ ଜାଣି ଡାଉନ୍‌ଲୋଡ୍‌ କରିବା ପାଇଁ ଅନୁରୋଧ କରାଯାଇଛି। ରେଡିଓ ଚକ୍‌ଲେଟ୍‌ ଆପ୍‌ ଡାଉନ୍‌ଲୋଡ୍‌ ଲିଙ୍କ୍‌ https://play.google.com/store/apps/details?id=com.radiochoklate.fm

କିପରି ଚିହ୍ନିିବେ ଅଫିସିଆଲ୍‌ ଆପ୍‌

ରେଡିଓ ଚକ୍‌ଲେଟ୍‌ ଅଫିସିଆଲ୍‌ ଆପ୍‌କୁ ଚିହ୍ନିବେ କିପରି?
୧. ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ରେଡିଓ ଚକ୍‌ଲେଟ୍‌ର ଅରିଜିନାଲ୍‌ ଲୋଗୋ ଦେଖନ୍ତୁ।
୨. Radio Choklate 104 FM (Official) ଏହି ନାମ ଥିବା ଆପ୍‌କୁ ହିଁ ଡାଉନ୍‌ଲୋଡ୍‌ କରନ୍ତୁ।
୩. ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ମିଳାଇ ନିଅନ୍ତୁ ‘ଗୋଟିଏ ଆପରେ ୬ଟି ରେଡିଓ ଷ୍ଟେସନ୍‌’ ଦିଆଯାଇଥିବା ଚିତ୍ର ପରି ଏକ ଇଣ୍ଟର୍‌ଫେସ୍‌ ଅଛି କି? ଯଦି ନାହିଁ ତେବେ ତାହା ଏକ ଫେକ୍‌ ଆପ୍‌ ।
୪. ରେଡିଓ ଚକ୍‌ଲେଟ୍‌ର ବନାନ ପ୍ରତି ଧ୍ୟାନ ଦିଅନ୍ତୁ : Radio Choklate 104 FM

ସମ୍ବନ୍ଧିତ ଖବର