ଶେଷହେଲା ରେଡିଓ ଚକ୍‌ଲେଟ୍‌ର ‘ଫ୍ୟାମିଲି ନମ୍ବର ୱାନ୍’

ଭୁବନେଶ୍ବର : ୨୧ ନଭେମ୍ବରରୁ ଆରମ୍ଭ ହୋଇଥିବା ରେଡିଓ ଚକଲେଟର ‘ଫ୍ୟାମିଲି ନଂ ୱାନ୍’ ରବିବାର ଶେଷ ହୋଇଛି। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନୋରଂଜନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ରେଡିଓ ଚକ୍‌ଲେଟ୍‌ର ଆର୍‌ଜେମାନେ ବିଭିନ୍ନ ଆପାର୍ଟମେଣ୍ଟ୍‌ ଯାଇ ଗୀତ, ନାଚ ଓ ବିଭିନ୍ନ ଗେମ୍ ସୋ’ ମାଧ୍ୟମରେ ପ୍ରତିଯୋଗିତା ଆୟୋଜନ କରି, ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ପରିବାରକୁ ବିଜେତା ଘୋଷିତ କରିଥିଲେ। ବିଜେତାଙ୍କୁ ଟ୍ରଫି ଓ ସମସ୍ତ ପ୍ରତିଯୋଗୀ ପରିବାରଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏହି କ୍ରମରେ ପଟିଆସ୍ଥିତ ବନମାଳୀ ବସେରାର ସୁଧିରକୁମାର ଦଳାଇଙ୍କ ପରିବାର, ଡୁମୁଡୁମାସ୍ଥିତ ପିଡିଏନ୍‌ ଏକ୍ଜୋଟିକାର ଶମ୍ଭୁପ୍ରସାଦ ପଟ୍ଟନାୟକଙ୍କ ପରିବାର, ଜିଜିପି କଲୋନିସ୍ଥିତ ବ୍ରାଇଟ୍ ରେସିଡେନ୍ସିର ସନ୍ତୋଷ ରଥିଙ୍କ ପରିବାର, ନ୍ୟୁ ଏଜି କଲୋନିରେ ସମିତା ସୁବୁଦ୍ଧିଙ୍କ ପରିବାର, ବମିଖାଲସ୍ଥିତ ମନୋରମା ଆପାର୍ଟମେଣ୍ଟ୍‌ର ସୁରେନ୍ଦ୍ର ଅଗ୍ରୱାଲାଙ୍କ ପରିବାର, ରଘୁନାଥପୁର ସ୍ଥିତ ରୟାଲ ଲାଗୁନ୍‌ର ଅଙ୍କିତ ଜଲନ୍‌ଙ୍କ ପରିବାର, ଝାରପଡ଼ାସ୍ଥିତ ଏଲଟିବି ଆଶିଷର ଅନନ୍ୟା ମିଶ୍ରଙ୍କ ପରିବାର, ରଘୁନାଥପୁର ସ୍ଥିତ ଜେଡ୍ ଓ୍ୱାନ୍‌ର ଭି ଲକ୍ଷ୍ମୀ ଫ୍ୟାମିଲି ନଂ ଓ୍ୱାନ୍ ରୂପେ ବିଜେତା ହୋଇଥିଲେ।

ଏହି କାର୍ଯ୍ୟକ୍ରମକୁ ଆରଜେ ଅନିଲ, ଆରଜେ ନିଲ, ଆରଜେ କୋମଲ, ଆରଜେ ନିଭି, ଆରଜେ କୋୟଲ ପରିଚାଳନା କରୁଥିଲେ। କାର୍ଯ୍ୟକ୍ରମକୁ ହୋମ୍ଫିଲ୍‌ସ ପିଓର ସ୍ପାଇସେସ, ରିତ୍ବିକା ଗୋଲ୍ଡ, ଶୈାକୀନ ମାଟ୍ରେସ, ଗୋଡ୍ରେଜ ଇଣ୍ଟେରିଓ, ଅଙ୍କୁର ମାର୍ଟ, ହାଇଟେକ ମେଡିକାଲ କଲେଜ, ହିନ୍ଦୁସ୍ଥାନ ଆଡଭର୍ଟାଇଜିଂ ଏଜେନ୍‌ସି ପ୍ରମୁଖ ପ୍ରଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର