ରଘୁନାଥ ମହାନ୍ତି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ, କ୍ୟାବିନେଟ୍‌ ପାହ୍ୟାର ସୁବିଧା ପାଇବେ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ବିଜେଡି ନେତା ଅନୁପ ସାଏ ଏହି ନିଗମର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ତେବେ ତାଙ୍କୁ ସରକାର ଅନ୍ୟତ୍ର ଥଇଥାନ କରିପାରନ୍ତି ବୋଲି ଆଜି ସଚିବାଳୟରେ ଚର୍ଚ୍ଚା ଚାଲିଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୂର୍ବରୁ ରଘୁନାଥ ମହାନ୍ତିଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ଶ୍ରୀ ମହାନ୍ତି ରାଜ୍ୟ ପଞ୍ଚାୟତିରାଜ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ମନ୍ତ୍ରୀ ଥିଲେ। ମାତ୍ର ୨୦୧୩ ମସିହାରେ ପାରିବାରିକ ମାମଲାରେ ଛନ୍ଦି ହୋଇପଡିଥିଲେ ଓ ଗତ ନିର୍ବାଚନରେ ବିଜେଡି ତାଙ୍କୁ ଦଳୀୟ ଟିକେଟ୍‌ ଦେଇନଥିଲା। ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ଦଳର ମୁଖ୍ୟସ୍ରୋତକୁ  ଫେରାଇ ଆଣିଥିଲେ।

ସମ୍ବନ୍ଧିତ ଖବର