ଆସନ୍ତା ୨୬ରେ ବାଲେଶ୍ୱର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୬ରେ ଓଡ଼ିଶା ଆସିବେ । ବାଲେଶ୍ୱରର ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ନିର୍ବାଚନୀ ଯୁଦ୍ଧ ସମୟରେ ନିୟମିତ ଓଡ଼ିଶା ଆସୁଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷଙ୍କ ଫୋକସରେ ଓଡ଼ିଶା । ଲୋକଙ୍କ ନିକଟତର ହେବା ସହ ଲୋକଙ୍କ ମନ ଜିଣିବା ପାଇଁ ସେ ଆପ୍ରାଣ ଉଦ୍ୟମ କରୁଛନ୍ତି । ବାଲେଶ୍ୱରର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ ଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର ଯୋଜନା ରହିଛି ।

                                 photo-odishasuntimes

ଏଠାରେ ସୂଚନାଯୋଗ୍ୟ ଯେ ବାଲେଶ୍ବର ଲୋକସଭା ଆସନରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର