ରାହୁଲଙ୍କ ଗସ୍ତ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ଭୁବନେଶ୍ବର ଆସୁଛନ୍ତି। ତମାଣ୍ଡୋ ଠାରେ ଥିବା ମିନି ଷ୍ଟାଡିୟମ ପରିସରରେ ସେ ସାଧାରଣ ସଭାରରେ ଉଦ୍‌ବୋଧନ ଦେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କମିସନରେଟ୍‌ ପୁଲିସର ଅତିରିକ୍ତ ଆୟୁକ୍ତ ସଞ୍ଜୟ କୁମାର ସିଂହ ଆଜି ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ଏଥିପାଇଁ କାର୍‌କେଡ୍‌ ଅଭ୍ୟାସ ହେବ ବୋଲି ସୂଚନା ଦେଇଛନ୍ତି। ଏୟାରପୋର୍ଟରୁ କଂଗ୍ରେସ ଭବନ, ମେ’ ଫେୟାର ହୋଟେଲ ଓ ସଭା ସ୍ଥଳ ପର୍ଯ୍ୟନ୍ତ ଏହି କାର୍‌କେଡ୍‌ ଅଭ୍ୟାସ କରାଯିବ। ରାହୁଏଲ ଗାନ୍ଧୀଙ୍କର କେତେବେଳେ ସଭା ସମୟ ରହିଛି ତାହାର ସୂଚୀ ମିଳିନାହିଁ। ମିଳିବା ପରେ ସମସ୍ତ ଫୋର୍ସ ବ୍ୟବସ୍ଥା କରାଯିବ। ସମୀକ୍ଷା ହେବା ପରେ କେତେ ଫୋର୍ସ ରହିବେ, କେଉଁଠି ରହିବେ ସେ ନେଇ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ରାହୁଲ ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଲୋକଙ୍କ ପାଖକୁ ଚାଲି ଯାଉଥିବା ନଜିର ରହିଛି। କିନ୍ତୁ ତାଙ୍କ ପାଖାପାଖି ସୁରକ୍ଷା ଦାୟିତ୍ବ ଏସ୍‌ପିଜିର ରହିଛି। କେବଳ ବାହାର ସୁରକ୍ଷା ଦାୟିତ୍ବ ସ୍ଥାନୀୟ ପୁଲିସର ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର