ନବ ନିର୍ମାଣ କୃଷକ ସଙ୍ଗଠନର ୩୪୦ କର୍ମକର୍ତ୍ତା କେନ୍ଦୁଝରରେ ଅଟକ, ପ୍ରତିବାଦରେ କଟକ ଓ ଖୋର୍ଦ୍ଧା ରୋଡ୍‌ରେ ରେଳରୋକ

1 536

କେନ୍ଦୁଝର/ ଜଟଣୀ/କଟକ/ଯାଜପୁର: ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନରେ ଯୋଗ ଦେବା ପାଇଁ ଆସୁଥିବା ନବନିର୍ମାଣ କୃଷକ ସଂଗଠନର ୩୪୦ ଜଣ କର୍ମକର୍ତ୍ତାଙ୍କୁ କେନ୍ଦୁଝର ରେଲଷ୍ଟେସନ ଠାରେ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ପୁଲିସ ମହିଳା କର୍ମକର୍ତ୍ତାଙ୍କୁ କେନ୍ଦୁଝର ମୁନିସିପାଲିଟି କଲ୍ୟାଣମଣ୍ଡପରେ ରଖିଥିବା ବେଳେ ପୁରୁଷ କର୍ମକର୍ତ୍ତାଙ୍କୁ ଜିଲ୍ଲା ରିଜର୍ଭ ପୁଲିସ ପରିସରରେ ଅଟକ ରଖିଛି ।ଏହା ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ମାନେ ଜଟଣୀ ଓ କଟକ ଠାରେ ରେଳରୋକ କରିଛନ୍ତି। ରେଳ ଧାରଣାରେ ବସି ରହିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଆଜି ସକାଳେ ଶତାଧିକ ମହିଳା ଓ ପୁରୁଷ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍‌ ଅଟକ ରଖିଛି। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ ଗତକାଲି ରାତିରେ ଯାଜପୁର କୁଆଖିଆ ଓ ବାଲୁଗାଁରୁ ପଦଯାତ୍ରାରେ ଆସୁଥିବା ଚାଷୀଙ୍କୁ ଅଟକ ରଖାଯାଇଥିଲା। ତେଣୁ କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଥିବା ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।


ତେବେ ନବନିର୍ମାଣ କୃଷକ ସଙ୍ଗଠନ କର୍ମକର୍ତ୍ତାଙ୍କୁ ବେଆଇନ ଭାବେ ଅଟକ ରଖିବା ପ୍ରତିବାଦରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ରେଳ ରୋକ କରାଯାଇଥିବା ବେଳେ କଟକ ଷ୍ଟେସନର ୨ ନମ୍ବର ପ୍ଲାଟ୍‌ଫର୍ମରେ ମାଲଗାଡ଼ିକୁ ଅଟକା ଯାଇଥିବା ଜଣାଯାଇଛି।

ସେହିପରି ନବନିର୍ମାଣ କୃଷକ ସଙ୍ଗଠନର ପଦଯାତ୍ରା ଯାଜପୁର ଜିଲ୍ଲା କୁଆଖିଆରୁ ଆରମ୍ଭ ହୋଇଛି। ଅପରପକ୍ଷେ ବିଭିନ୍ନ ସ୍ଥାନରେ ଯାଜପୁର ଥାନା ପୁଲିସ ପ୍ରାୟ ୫ଶହରୁ ଊର୍ଧ୍ୱ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଅଧବାଟରୁ ଅଟକ ରଖି ଭୁବନେଶ୍ୱର ଆନ୍ଦୋଳନରେ ସାମିଲ ହେବା ପାଇଁ ଛାଡ଼ି ନ ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. novelty says

    During the off seasons the gatherings of Farmers should be conducted in the Outscrits in a permitted Ground followed by Media for communication will be enough.In India Government is Waiving the Loans given to Farmers and Subsidies are also been given to them.Since the Farmers are part of the Economy scrutiny of their demands should be initiated and all those farmers should be made satisfied on priority basis.