ଭାଙ୍ଗି ପଡ଼ିଲା କପିଳାସ ରୋଡ ରେଳ ଫାଟକ : ତିନି ଘଣ୍ଟା ଧରି ଯାତାୟାତ ବନ୍ଦ

ଟାଙ୍ଗୀ : ଟାଙ୍ଗୀ କପିଳାସ ରୋଡ ରେଳ‌େଷ୍ଟସନରେ ଆଜି ଟ୍ରେନ୍ ଆସିବା ସମୟରେ ୧୭୪ ନମ୍ବର ଫାଟକକୁ ବନ୍ଦ କରାଯାଉଥିବା ବେଳେ ତାହା ଭାଙ୍ଗି ଯାଇଛି। ଏହି ସ୍ବୟଂ ଚାଳିତ ଫାଟକର ଗେଟ୍ ଭାଙ୍ଗି ଯିବାରୁ ୩ଘଣ୍ଟା ଧରି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଗାଡି ସହ ଆମ୍ବୁଲାନ୍ସ, ପୁଲିସ ଭ୍ୟାନ ମଧ୍ୟ ଫାଟକ ନିକଟରେ ଅଟକି ରହିଥିଲା।

କପିଳାସ ରୋଡ ରେଳ ଷ୍ଟେସନ ପାଇଁ ଟାଙ୍ଗୀରେ ରହିଛି ଦୁଇଟି ରେଳ ଫାଟକ। ପୂର୍ବତଟ ରେଳବାଇ ପକ୍ଷରୁ ୧୭୩ ଓ ୧୭୪ ନମ୍ବର ଫାଟକ ଥିବାବେଳେ ସାଧାରଣ ଲୋକ ଏହି ଫାଟକପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆଜି ଦିନ ୧୧ଟାରେ ଟ୍ରେନ୍ ଆସିବା ସମୟରେ ଫାଟକ ପଡ଼ୁଥିବା ବେଳେ ତାହା ଭାଙ୍ଗି ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର